କେଉଁଠି କାହାର ଘର ଦୀନବନ୍ଧୁ ପୋଇ ମାର୍ଚ୍ଚ: ୨୦୨୫ Canonical: https://sishu.kabitawithoutborders.org/shishu/article_details-d8116b2683.html ସବୁଠୁ ବୁଦ୍ଧିଆ ମଣିଷ ମାଧିଆ ନିଜର ସୁରକ୍ଷା ପାଇଁ ଧରଣୀ ଉପରେ ଗଢିଥାଏ ଘର କାହାକୁ ସେ ଡରେ ନାଇଁ । ଗୋଡ଼ି ସିମେଣ୍ଟ ଓ ଲୁହାଛଡ ଦେଇ ମଣିଷ ଗଢେ ତା ଘର ହାତୀ ବାଘ ଭାଲୁ ଯେତେ ପ୍ରାଣୀ ସବୁ କାହାକୁ ନଥାଏ ଡର । ରୋହି ଭାକୁର ଓ ଚିଙ୍ଗୁଡି କଉଁଛ ରହନ୍ତି ଗଭୀର ଜଳେ ଦଣ୍ଡିକିରି ମାଛ ଉପରେ ଭାସନ୍ତି ତୋଡ଼ି ଘର ପଙ୍କ ତଳେ । ସାପ କୋଚିଆ ଓ ନେଉଳ ଯେ ଗୋଧି ଗାତଟି ତାଙ୍କର ବାସ ବୁଢିଆଣି ଘର ଜାଲ ପରି ଥାଏ ମଶା ପାଇଁ ଏହା ଫାଶ । କଣ୍ଟିଆ ବିଛା ଓ ଗଉଡୁଣୀ ପୋକ ରହନ୍ତି ପଥର ତଳେ ବାଇ ଚଢେଇର ତାଳ ବାହୁଙ୍ଗାରେ ବସାଟି ସୁନ୍ଦର ଝୁଲେ । ଛେଳି ଗାଈଗୋରୁ ବାସଟିର ନାମ ଗୁହାଳ କହନ୍ତି ଜନେ ବାଘସିଂହ ହିଂସ୍ରଜନ୍ତୁ ରହିଥାନ୍ତି ଗୁମ୍ଫା ଥାଏ ଯେତେ ବନେ । ଖାଲଖମା ଯେତେ ଅସନା ଜାଗାଟି ମଶା ମାଛିଙ୍କର ବାସ ଉକୁଣିର ବାସ ଜାଣ ଘନ କେଶ ଟାଣଇ ମଣିଷ ରସ । ଓଡ଼ଶପୋକଟି ଘର କରିଥାଏ ଖଟପଲଙ୍କର ଫାଙ୍କେ ଗାଢ ନିଦରେ ଶୋଇଗଲେ ନର ଦେହରୁ ରକତ ଝିଙ୍କେ । ବିଧିର ବିଧାନ ଜୀବଙ୍କର ପ୍ରାଣ କିପରି ସୁରକ୍ଷା ହେବ ବିଶ୍ଵର ନିୟନ୍ତା ଆହେ ବିଶ୍ଵକର୍ମା ଏ ବିଚାର ତୁମ ଥିବ । ∎ ରୋଗଡା ପାଳ, କରମୂଳ ଢେଙ୍କାନାଳ ଦୂରଭାଷ_୯୯୩୮୮୦୨୪୧୨