ଆସୁଛି ବରଷ ନୂଆ ବସିରନ୍ ବିବି ଡିସେମ୍ବର: ୨୦୨୪ Canonical: https://sishu.kabitawithoutborders.org/shishu/article_details-d809c7f1c3.html ଶୀତ ପାହାନ୍ତା ରେ ଥିରି ଥିରି ଚାଲି ଆସୁଛି ବରଷ ନୂଆ, ସାଥୀରେ ଆଣିଛି, କେତେ ଶୁଭ ଆଶା ଶୁଭ ଇଚ୍ଛା ଦିଆନିଆ। ନୂଆ ବରଷ କୁ ଉଲ୍ଲସିତ ପ୍ରାଣେ ସ୍ୱାଗତ କରିବେ ବୋଲି, ଫୁଟି ହସିଲେଣି, ଜିନିଆ ,ଡାଲିଆ ଗେଣ୍ଡୁ ସଙ୍ଗେ ମଖମଲ୍ଲି । ଆଶିଷ ଲେଖୁଛି ଅସ୍ସଲମ୍ ପାଇଁ ନୂଆ ବରଷର ବାର୍ତ୍ତା ତସ୍ସଲିମା ପଠାଏ ଅସୀମା ପାଇଁକି ନୂଆ ବରଷ ଶୁଭେଚ୍ଛା। ସୁଆଦିଆ କେକ୍ ବରାଦ କଲେଣି ୟୁଶା,ମେରୀଆ ଙ୍କ ପାପା, ସାଙ୍ଗ ସାଥୀମେଳେ ପିକନିକ୍ ଜମିବ କଥା ହୋଇଅଛି ପକ୍କା। ଜମିଯିବ କେତେ ମଜ୍ଜା ମଉଜ ତ ନୂଆ ବରଷର ପାଇଁ, ସଭିଏଁ ସଭିଙ୍କ ଶୁଭ ମନାସିବା ଭେଦଭାବ ଭୁଲିଯାଇ। ଏ,ନୂଆ ବରଷ ଆସୁ ଏ ଧରାରେ ଶାନ୍ତି ସଦ୍ଭାବନା ଧରି ସବୁ ଶିଶୁ ମୁଖେ ହସ ଭରି ଯାଉ ହସେ ଫୁଟୁ ଫୁଲଝରି । ∎ ନୟାଗଡ଼