ବସନ୍ତ ରାଜା ଲକ୍ଷ୍ମୀଧର ନାୟକ ମାର୍ଚ୍ଚ: ୨୦୨୫ Canonical: https://sishu.kabitawithoutborders.org/shishu/article_details-d7466cb6dc.html ବସନ୍ତ ଆସିଲା ମହୁଲ ବାସିଲା ଗଛରେ କଅଁଳ ପତର, ଧରଣୀ ତ ହସେ ନାନା ଫୁଲ ବାସେ ବୋଳିଅଛି ସତେ ଅତର । ଆମ୍ବ ବଉଳିଲା ଧରା ମହକିଲା ଭାରି ଭଲ ଲାଗେ ମନଟା, ରାତିରେ ଟିକିଏ ଶୀତ ଲାଗୁଥାଏ ଗରମ ଲାଗଇ ଦିନଟା । ସୁଶୀତଳ ବାଆ କି ସୁନ୍ଦର ଆହା ଦେହଟା ସତେଜ ଲାଗୁଚି, ରଙ୍ଗବେରଙ୍ଗର ଫୁଲର ସମ୍ଭାର ଫେରେନି ଆଖି ଯେ ଦେଖୁଚି । ହଳଦୀ ବସନ୍ତ ଗାଇ ମିଠା ଗୀତ ଡାଳରୁ ଡାଳକୁ ବୁଲୁଛି, ବାଡି ବଗିଚାରେ ପ୍ରଜାପତି ଧୀରେ ଫୁଲ ପରେ ବସି ଝୁଲୁଛି । ପ୍ରାକୃତିକ ଶୋଭା ଭାରି ମନଲୋଭା ବସନ୍ତ ପରି କେ ନୁହନ୍ତି, ଛଅଋତୁ ମଧ୍ୟେ ବସନ୍ତ ଯେ ରାଜା ସେଥିପାଇଁ ସର୍ବେ କୁହନ୍ତି । ∎ ବାଉଁଶିଆପଡା, ନୟାଗଡ଼ ୮୨୭୦୩୭୨୪୯୮