ଲେମ୍ବୁ ଗଛଟିଏ ଦୀନବନ୍ଧୁ ପୋଇ ମଇ: ୨୦୨୫ Canonical: https://sishu.kabitawithoutborders.org/shishu/article_details-d648bb21f8.html ଲେମ୍ବୁ ଗଛଟିଏ ବଗିଚାରେ ଥିଲେ ବହୁ ଉପକାର ମିଳେ କଞ୍ଚାଲଙ୍କା ସହ ମନ୍ଥି ଝୋଳ କଲେ ପଖାଳ ଦିମୁଠା ଚଳେ। ଔଷଧୀୟ ଗୁଣ ଥାଏ ଭରପୁର ଜ୍ଞାନୀ ଲୋକ ତାକୁ ଜାଣେ ହାଟ ତାଲିକାରେ ସ୍ଥାନିତ କରାଇ ନିଶ୍ଚୟ ଏହାକୁ ଆଣେ । ଭିଟାମିନ ସି ଓ ସାଇଟ୍ରିକ ଅମ୍ଳ ରହିଛି ତା ମଧ୍ୟେ ପୁରି ନିୟମିତ ଯିଏ ଖାଉଥିବ ସିଏ ହୃଦଘାତୁ ଯିବ ତରି । ଥଣ୍ଡା ସର୍ଦ୍ଧି କାଶ କାଟିଦେଇଥାଏ ଇମ୍ୟୁନିଟ ବଳ ବେଶି ତ୍ଵଚାକୁ ଚିକଣ କରଇ ସୁନ୍ଦର ନାରୀ ହେଉଥାନ୍ତି ଖୁସି । ନାଲି ଚା ସହ ଲେମ୍ବୁ ରସ ଦେଇ ପିଉଥାଏ ଯିଏ ନିତି କୋଷ୍ଠକାଠିନ୍ୟରୁ ଦୂର କରିହୁଏ ରୋଗକୁ ସେ ଯାଏ ଜିତି । କେତେ ଉପକାରୀ ଗଛଟି ଆମରି ବାରି ବଗିଚାରେ ରୁଅ ଦୈନିକ ଏହାକୁ ବ୍ୟବହାର କରି ରୋଗକୁ ଦୂରେଇ ଦିଅ । ∎ ଗୋରଡ଼ାପାଳ, କରମୂଳ, ମହିମାଗାଦି ଢେଙ୍କାନାଳ ଦୂରଭାଷ_୯୯୩୮୮୦୨୪୧୨