କୁନି କୁନି କଉତୁକିଆ କୁକୁର ଛୁଆ ଡ଼ ପ୍ରଶାନ୍ତ କୁମାର ରାଉତ ଡିସେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-d5f58dc504.html କଁଅଳ ଖରାରେ ଖୁସିରେ ମାରନ୍ତି ଡିଆଁ।(୧) କିଏ ତ କଳା ଆଉ କିଏ ବା ଧଳା, କୁଁ କାଉଁ ହେଇ ସବୁ କରନ୍ତି ଖେଳା(୨) କେଉଁ କଥାକୁ ତାଙ୍କର ନଥାଏ ଦକ, କାନ୍ଦନ୍ତି କେବଳ ଯେବେ ଲାଗଇ ଭୋକ।(୩) କାନ୍ଦ ଶୁଣୁ ଶୁଣୁ ,ମା ଟି ସେମାନଙ୍କର, କୁଆଡୁ ଆସି, ତୁରନ୍ତ ପିଆଏ କ୍ଷୀର।(୪) କୁକୁର ,ପଶୁଟେ ହେଲେ ବି ମନଟା ତାହାର, କେତେ,ଭଲ ପାଇବାର ଅଟେ ଯେ ଗନ୍ତାଘର(୫) କି ପଶୁ,କି ଅବା ପକ୍ଷୀ,ସଭିଏଁ ଏଠି ମୂଲ୍ୟବାନ । କରୁଣା, ଆଦର ଦେଇ,ଆସ ନେବା ତାଙ୍କ ଯତନ(୬) କର୍ତ୍ତବ୍ୟ ଆମର ସଦା ତାଙ୍କୁ,ଆଦର ଦେବା। କାରଣ,ସେମାନେ ବଞ୍ଚିଲେ ଆମେ ବି ବଞ୍ଚିବା।(୭) ∎ ଗତି ରାଉତ ପାଟଣା,କଟକ ମୋ-୯୪୩୭୧୬୭୨୩୦