ଶିଶୁ ଦିବସ ଜିତେନ୍ଦ୍ର ଚନ୍ଦ୍ର ସାହୁ ଜାନୁଆରୀ: 2026 Canonical: https://sishu.kabitawithoutborders.org/shishu/article_details-d5a8f000ba.html ଏଇ ବଗିଚାର ଫୁଲ କଢ଼ି ତୁମେ ଫୁଟି ହସୁଅଛ ମହକ ଦେଇ ମହକାଇ ଦିଅ ସାରା ଜଗତକୁ ହସି ଉଠିବ ଏ ଭାରତ ଭୂଇଁ । ତୁମେ ଅଛ ବୋଲି ମୁଁ ଅଛି ଏଠି ତୁମ ପାଇଁ ଏଇ ଶରୀର ମୋର ମାଟିର ପିଣ୍ଡୁଳା ମନଟି ତୁମର ତୁମ ମନ ପ୍ରିୟ ମୁଁ କାରିଗର । ଟିକି ଡେଣା ମେଲି ଉଡ଼ିବ ଦୂରକୁ ଦେଖିବ ଦୁନିଆଁ କି ମନୋହର ତୁମେ ସାଜିବ ଟି ଏଇ ଦୁନିଆଁରେ ମହାନ ନାୟକ କର୍ମର ବୀର । ତୁମରି ଆଲୋକେ ଆଲୋକିତ ହେବ ହଟିବ ଦୁଃଖର ଅମା ଅନ୍ଧାର ତୁମେ ଟି ହସିଲେ ଏ ବିଶ୍ଵ ହସିବ ତୁମେ ଭବିଷ୍ୟତ ଶ୍ରେଷ୍ଠ ଆମର । ∎ ବସୋଇ,ପର୍ଜଙ୍ଗ,ଢେଙ୍କାନାଳ    ଦୂର ଭାଷ-୯୭୭୬୪୫୪୮୦୦