କହିବ ନାହିଁ ଡକ୍ଟର ଅରୁଣ କୁମାର ପଣ୍ଡା ଅଗଷ୍ଟ: ୨୦୨୬ Canonical: https://sishu.kabitawithoutborders.org/shishu/article_details-d506c3ad1a.html ବାଧିଲା ଭଳି କଥା ପଦିଏ କହିବ ନାହିଁ କେବେ ମଧୁର କଥା କହି ତୋଷିବ ଦେଖିବ ବନ୍ଧୁ ଯେବେ । ବୁଝି ବିଚାରି କହିବ କଥା ହେବନି ତରବର ପାଟିରୁ କଥା ବାହାରି ଗଲେ ଅଫେରା ଧନୁଶର । କଥା ବଳରେ ହୁଅଇ ପରା ସାରା ଦୁନିଆଁ ବଶ ପରକୁ କରି ଦିଏ ନିଜର ଦୁଃଖରେ ଦିଏ ହସ । କଥା ହୁଡିଲେ କଳହ ବଢ଼େ ଅଶାନ୍ତି ଆସେ ମାଡ଼ି ଭଲ ଭିତରେ ହୁଅଇ ମନ୍ଦ ପିଠିରେ ବାଜେ ବାଡ଼ି । କହି ଜାଣିଲେ କଥା ସୁନ୍ଦର ସଭିଙ୍କୁ ହୁଏ ଜିଣି ବିନୟ କଥା କହିଲେ ସଦା ମନକୁ ନିଏ କିଣି । ଯାହାକୁ ତୁମେ କଥା ଦେଇଛ କଥାର ଭାଉ ରଖ ଗୁପତ କଥା କହିବ ନାହିଁ ଦେବନି କା`କୁ ଦୁଃଖ । ∎ ଗ୍ରାମ/ପୋ -ତୋଟାପଡା ଭାୟା -ଘଣ୍ଟେଶ୍ଵର ଜିଲ୍ଲା -ଭଦ୍ରକ ୭୫୬୧୨୯ ମୋବାଇଲ ୯୯୩୭୬୭୨୭୦