ରାଶିଲଡୁ ଜିତେନ୍ଦ୍ର ଚନ୍ଦ୍ର ସାହୁ ଡିସେମ୍ବର: ୨୦୨୪ Canonical: https://sishu.kabitawithoutborders.org/shishu/article_details-d48638ab4c.html ଅତି ଯତନରେ ଜେଜେମା ଆମର ଗଢୁଥିଲେ ରାଶି ଲଡ଼ୁ ପାଖେ ଠିଆ ହୋଇ ଦେଖୁଥିଲା ସବୁ ନାତିଆ ତାଙ୍କର ଗୁଡ଼ୁ । କହେ ଜେଜେମା କାହା ପାଇଁ ଲଡୁ ଏତେ ସୁନ୍ଦରିଆ ଗଢୁ ଖାଇବାକୁ ମନ ହେଉଛି ମୋହର ଗୋଟାଏ ପାଟିରେ ପଡ଼ୁ । ତୁମ ପାଇଁ ପରା ଗଢୁଅଛି ମୁହିଁ କାହିଁ ପାଇଁ ଏତେ ରଡ଼ୁ ଗଣେଶ ଚତୁର୍ଥୀ ପାଖେଇ ଆସୁଛି ପୂଜା କଥା ମନେ ପଡୁ । ବିଦ୍ୟ ବୁଦ୍ଧିଦାତା ଗଣେଶ ଦେବତା ଆଶିଷ ତୋ ଠାରେ ପଡ଼ୁ ହୋଇବ ପ୍ରସାଦ ତାଙ୍କରି ପୂଜାରେ ଅତି ପ୍ରିୟ ରାଶି ଲଡୁ । କଦଳୀ,ନଡ଼ିଆ କରିଛି ଯୋଗାଡ଼ ଧୂପ ,ଦୀପ ,ଦାନି ଗଡ଼ୁ ଦୁବ, ବରକୋଳି ରଖିଛି କାକୁଡ଼ି ସଙ୍ଗେ ନେବ ରାଶି ଲଡ଼ୁ । ∎ ବସୋଇ,ପରଜଙ୍ଗ,ଢେଙ୍କାନାଳ ଦୂରଭାଷ-୯୭୭୬୪୫୪୮୦୦