ମୋ ଗାଆଁର ଅଭୁଲା ସ୍ମୃତି ଜୟକୃଷ୍ଣ ସାହୁ ଜୁଲାଇ: ୨୦୨୬ Canonical: https://sishu.kabitawithoutborders.org/shishu/article_details-d44f5407f3.html ଗାଆଁରେ ପଢ଼ି ଗାଆଁରେ ଵଢ଼ି ଏଡ଼େରୁ ହେଲୁ ଏଡ଼େ ସେଇ ଗାଆଁର ଅଭୁଲା ସ୍ମୃତି ଆଜି ବି ମନେ ପଡେ ପାରେନି ତାକୁ ଭୁଲି, ସତରେ ମୁଉଁ ମୋ ପିଲାଦିନେ ଏଡ଼େ ଚଗଲା ଥିଲି? ଦାଣ୍ଡର ଧୂଳି ଦେହରେ ବୋଳି ଖୁସିରେ ଖେଳୁ ଥିଲୁ କିଏସେ ବାଘ କିଏସେ ଛେଳି କିଏସେ ହୁଏ ଭାଲୁ ବିଲୁଆ ହୁଏ ଯିଏ, ବିଲୁଆ ନନା ବଡ଼ ଚତୁର ନିଜକୁ ନିଜେ କୁହେ। ମିଛି ମିଛିକା କନିଆଁ ସାଜି ବରର ହାତ ଧରି ମିଛ ବେଦିରେ ବିବାହ କାମ ସତରେ ଦେଉ ସାରି ସାରୁ ପତର ପାରି, ଖାଆଉ ଭାତ ତିଅଣ ଭୋଜି ଖୁସିରେ ଡିଆଁ ମାରି। ଗାଆଁରେ ପାଲା ଯାତରା ହେଲେ ସରବେ ଦେଖୁ ବସି ତା` ପର ଦିନ ଯାତରା ପାଲା ସେମିତି କରୁ ମିଶି ମୁହଁରେ ରଙ୍ଗ ବୋଳି, ଭଳି କି ଭଳି ଚରିତ୍ର କରୁ ସଭିଏଁ ଆମେ ମିଳି। ଅସରନ୍ତି ସେ କଥା, କହିଲେ ଯେତେ ସରିବ ନାହିଁ ଘୁରାଇଦେବ ମଥା। ∎ କପିଳ ପ୍ରସାଦ, ଭୁବନେଶ୍ୱର-2. M-9937092397.