ଉଠ ସଅଳ ହେବ ସଫଳ ପୌର୍ଣ୍ଣମାସୀ ଦେବୀ ଏପ୍ରିଲ: ୨୦୨୪ Canonical: https://sishu.kabitawithoutborders.org/shishu/article_details-d3ef75be48.html ସଜ ମଲ୍ଲି ଫୁଲ ସକାଳ ଉଠିଯା` ଉଠିଯା` ସଅଳ ସଜ ପବନରେ ବୁଲିଆ` ଘେରାଏ ପଡିଛି କିରଣ କଅଁଳ । ଦେହକୁ ହିତ ଏ ଖରାଟା ଫୁର୍ତ୍ତି ଲାଗିବ ମନଟା ଭିଟାମିନ `ଡି ` ଏ ଖରାରେ ଅଛି ଟାଣ ହେବ ଦେହ ହାଡ଼ ଟା । ସରିଯିବ କାମ ସଅଳ ସମୟ ମିଳିବ ପ୍ରବଳ ଅଳସୁଆ ଭାବ ଦୂର ହୋଇଯିବ ସବୁଥିରେ ହେବ ସଫଳ । ଗାନ୍ଧୀ ଉଠୁଥିଲେ ଭୋଅରୁ ପ୍ରାର୍ଥନା କରନ୍ତି ଛଅରୁ ଘଣ୍ଟା ଦେଖି ସଦା କାମ କରିଥାନ୍ତି ଶୁଅନ୍ତି ସେ ରାତି ନଅରୁ । ଖାଇବା ଖାଇବ ବେଳାରେ ରୋଗ ପଶିବନି ଦେହରେ ସଫଳତାର ଏ ମହା ମନ୍ତର ରଖିଥିବ ସଦା ମନରେ । ∎ ଭୂଦାନ ନଗର, ଚକ୍ରତୀର୍ଥ ରୋଡ,ପୁରୀ, ଫୋନ୍ -9108330744