ହେମନ୍ତ ଋତୁଟି ଆସିଛି ବୋଲି କୀର୍ତ୍ତନ ସାହୁ ଡିସେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-d37864adee.html ହେମନ୍ତ ଋତୁଟି ଆସି ଅଛି ବୋଲି ଖେଳୁଛି ମୁଁ ଖୁସି ମନେ ବରଷା ନାହିଁ କି ଖରା ବେଶି ନାହିଁ ପୁଲକିତ ହୃଦ ବନେ । ଭାରି ଭଲ ଲାଗେ ଥିରି ଥିରି ବାଆ ପତ୍ର ନାଚେ ଝୁଲି ଝୁଲି ସେ ସୁନ୍ଦର ରୂପ ଦେଖିଛି ଯେ ଥରେ ପାରିବ କି କେବେ ଭୁଲି ! ଚଉଁରା ମୂଳରେ ମୁରୁଜରେ ମାଆ ଆଙ୍କୁଛନ୍ତି କେତେ ଛବି ପରିବେଶ ଏବେ ସ୍ୱଚ୍ଛ ନିର୍ମଳ କବିତା ଲେଖନ୍ତି କବି । ମନ୍ଦିର ବେଢ଼ାରୁ ଘଣ୍ଟ ଧ୍ଵନି ଶୁଭେ ଆହା କି ପବିତ୍ର ଲାଗେ ଦୁଃଖୀ ଦରିଦ୍ରଙ୍କୁ ସାହାଯ୍ୟ ପାଇଁକି ମନରେ ସରାଗ ଜାଗେ । କେତେ ପରକାର ଫୁଲ ଫୁଟି ଅଛି ବାଡି ବଗିଚାରେ ଆମ ଦେଖି ଦେଲେ ତାହା ଚେତେ଼ଇ ଦେଉଛି କରିବାକୁ ନିଜ କାମ । ସକାଳ ସକାଳ କଅଁଳ ଖରାରେ ଶିଶିର ପାଉଛି ଶୋଭା ପୋଖରୀରେ ଦେଖ କଇଁଫୁଲ ଫୁଟି ଆହା କେଡ଼େ ମନଲୋଭା । * ∎ ମିଶ୍ର କଲୋନୀ ଶାଳପଡ଼ା , କେନ୍ଦୁଝର ଦୂର ଭାଷ - ୯୪୩୮୪୧୪୭୦୧