ଚାଲିଲା ଖେଳଣା ଗାଡ଼ି ଡକ୍ଟର ଲଷ୍ମୀକାନ୍ତ ଖୁଣ୍ଟିଆ ଜୁନ : ୨୦୨୬ Canonical: https://sishu.kabitawithoutborders.org/shishu/article_details-d2d10c6e42.html ଜେଜେ ଆଣିଥିଲେ ଛୋଟିଆ ଟ୍ରାକ୍ଟର ନିଇତି ଖେଳିବା ପାଇଁ କାନ୍ଦୁ ଥିଲି ଯେବେ ମାଆ ଦେଉଥିଲେ ତାକୁ ମୋର ହାତେ ନେଇ। ଚାବି ମୋଡ଼ି ଦେଇ ତା `ଦେହରେ ମୁହିଁ ଯାଉଥିଲି ଯେବେ ବସି ଖଡ଼ଖଡ଼ ହୋଇ ଚାଲିଲେ ଟ୍ରାକ୍ଟର ଦେଖି ହେଉଥିଲି ଖୁସି। ସରିଗଲେ ବଳ ଅଟକି ଯାଏ ସେ ଅମାନିଆ ହୁଏ ନାହିଁ ପିଲା ମନ ମୋର ବୁଝିବ କିପରି କାହିଁକି ଚାଲିଲା ନାହିଁ। ଡାକି କହୁଥିଲି ଭାଇଙ୍କୁ ସରାଗେ ଭାଇ, ଚାବି ଦିଅ ମୋଡ଼ି ଟ୍ରାକ୍ଟର ମୋର ଅଟକି ଯାଇଛି ଚାଲୁ ନାହିଁ ଘିଡ଼ି ଘିଡ଼ି। ଭାଇ ଆସି ଧୀରେ ଚାବିକୁ ମୋଡ଼ିଲେ ଚାଲିଲା ଖେଳଣା ଗାଡ଼ି ତାକୁ ଦେଖିବାକୁ ମୋ ସାଥିମାନଙ୍କ ଲାଗିଲା ସୁନ୍ଦର ଧାଡ଼ି। ∎