ତୁମ ପରି ପିଲାଟିଏ ଡକ୍ଟର ପ୍ରବୀଣା ପରିଡା ଫେବୃଆରୀ: ୨୦୨୪ Canonical: https://sishu.kabitawithoutborders.org/shishu/article_details-d2bb16dd80.html ତୁମ ପରି ଥିଲା ପିଲାଟିଏ ବିଦ୍ୟାଳୟରେ ପଢଇ ସିଏ ପାଠ ପଢାରେ ଦେଲେ ବି ମନ ମନେ ନ ରଖି ପାଶୋରି ଦିଏ। ଆସିଥିଲେ ଦିନେ ପରିଦର୍ଶକ ପଚାରିଲେ ପ୍ରଶ୍ନ, ପିଲେ! ଉତ୍ତର ଲେଖ। ଲେଖିଲେ ସବୁ ମନ ଲଗାଇ ବାପୁଙ୍କୁ ଉତ୍ତର ନ ଆସଇ। ଭାବି ଭାବି କେତେ ଗଲେ ସେ ଥକି ଉତ୍ତର ନ ପାଇ ହେଲେ ଯେ ଦୁଃଖି। ଗୁରୁଜୀ ଠାରିଲେ ଚାହିଁ ବାପୁଙ୍କୁ ଡେରି ନ କରି ଲେଖିବ ସବୁ, ପାଖ ପିଲା ଠାରୁ ଦେଖି ଉତ୍ତର ଲେଖ ସଅଳ ନ କରି ଉଛୁର। ହେଲେ! ଦେଖି ଲେଖିବା ଚୋରି ସମାନ ଏହା ଭାବି ବାପୁ ଦେଲେ ନି ମନ। ଗୁରୁଜୀ କହିଲେ ଏ କିସ କଲୁ! ଉତ୍ତର ଦେଖି କି ନ ଲେଖିଲୁ? ବାପୁ କହିଲେ ସାହସ କରି ସତ କଥାରେ ଡର କିମ୍ପାଇ!