ଛିଇକି ଛିକା ଶ୍ରୀ ପ୍ରଭାତ ଚନ୍ଦ୍ର ରଥ ମଇ: ୨୦୨୪ Canonical: https://sishu.kabitawithoutborders.org/shishu/article_details-d173e68918.html ଛିଇକି ଛିକା ତରକି ମାରୁଥା ଚଉକା ଛକା ହେବୁନାହିଁ ତରତର, ତରତର ହେଲେ ବିଗିଡ଼ିବ ସବୁ ହେବୁ ଖାଲି ହର୍ବର ।୧। ଛିଇକି ଛିକା ଛକି ମାରୁଥିଲେ ହେବନି ଫିକା ଲୋକେ ମାରୁଥିବେ ତାଳି, ଆର ଦଳପାଇଁ ଚୂନକାଳି ଥିବ ତୁମ ପାଇଁ ସୁନାଥାଳି ।୨। ଛିଇକି ଛିକା ଖରା ଆସିଲାଣି, କାକୁଡ଼ି ବିକା ଏ ଛକରେ ଦହିବରା, ଆର ଛକ ଠାରେ ତାଳ ସପୁରି କି କରିବ ଏଇ ଖରା! ।୩। ∎ ଅବସରପ୍ରାପ୍ତ ଶିକ୍ଷକ, ସତ୍ୟବାଦୀ