ତ୍ରିରଙ୍ଗା ରଘୁ ନନ୍ଦନ ମହାପାତ୍ର ଅଗଷ୍ଟ: ୨୦୨୫ Canonical: https://sishu.kabitawithoutborders.org/shishu/article_details-ce8bb35b7f.html ଅଗଷ୍ଟ ପନ୍ଦର ଦିନଟି ସୁନ୍ଦର ଦେଶର ପବିତ୍ର ଜନମ ଦିନ ଅନେକ ବରଷ ବିତି ଯେ ଗଲାଣି ସେହି ଶୁଭ ଦିନ ନଭୁଲେ ମନ । କୁନିପିଲା ପୁରୁ ହାତରେ ତ୍ରିରଙ୍ଗା ପତାକା ଉଡ଼ାଇ ସେ ହୁଏ ଖୁସି ତ୍ରିରଙ୍ଗା ର ରଙ୍ଗ ମନ ମୋହି ନିଏ ଜେଜେ ଙ୍କ ଠୁ ଶୁଣେ ତା ଗୁଣ ବସି । ତ୍ରିରଙ୍ଗା ପତାକା ଉପର ନାରଙ୍ଗୀ ରଙ୍ଗ ମନଛୁଆଁ ତା` ଶୋଭା ଦେଖ ଅସୀମ ସାହସ ବୀରତ୍ଵ ଗୁଣ ର ପ୍ରତୀକ ଦେଶର ରଖିଛି ଟେକ । ପତାକା ମଝିରେ ଧଳା ରଙ୍ଗ ଶୋଭା ସତ୍ୟ ଶାନ୍ତି ଦେଶ ବାରତା ଦିଏ ବିଶ୍ଵ କଲ୍ୟାଣ ପାଇଁ ଶାନ୍ତି ଲୋଡ଼ା ବିଶ୍ଵ ଦରବାରେ ଆଗରେ ଥାଏ । ଅଶୋକ ଚକ୍ର ପ୍ରଗତି ପ୍ରତୀକ ଅର ଯୋଡ଼ି ଯୋଡ଼ି ଏକତା କହେ ପତାକା ର ତଳେ ସବୁଜ ରଙ୍ଗ ଯେ ବିକାଶ ଗୁଣର ବାରତା ଦିଏ । ତ୍ରିରଙ୍ଗା ପତାକା ଦେଶ ବିଦେଶରେ ଭାରତୀୟତା ର ପ୍ରତୀକ ସିଏ ତ୍ରିରଙ୍ଗା ଉଡ଼ଇ ଆମରି ହାତରେ ତ୍ରିରଙ୍ଗା ପରିକା ହୋଇବ କିଏ । ∎ ଭୁବନେଶ୍ୱର-୨ ୯୪୩୯୭୧୯୮୭୯