ଅକଲ ମକଲ ଟକଲ ଟିଆଁ ସସ୍ମିତା ସ୍ୱାଇଁ ଜୁଲାଇ: ୨୦୨୫ Canonical: https://sishu.kabitawithoutborders.org/shishu/article_details-cb897d1577.html ଅକଲ ମକଲ ଟକଲ ଟିଆଁ ବିଲୁଆ ର ଘରେ ଲାଗିଛି ନିଆଁ ସଅଳ ସଅଳ ଦୌଡ଼ି ଯାଅ ଦମକଳ ଟିକୁ ଖବର ଦିଅ ବିଲୁଆ କହୁଛି କୋକି କୁ ଚାହିଁ ଏକ ଶୂନ ଏକ ଟିପିବୁ ଯାଇ କୋକିଶିଆଳି ର ଅକଲ ଦେଖ ଏକ ଶୂନ ଶୂନ ମାରିଛି ଟିପ ଆସି ପହଂଚିଲା ପୁଲିସି ଗାଡି ବିଲୁଆ ର ମୁଣ୍ଡ ଗଲା ବିଗିଡି ଟୁକୁନା ଋଷିଛି ସୁଶ୍ରୀ ସଂଯୁକ୍ତା ପରିଚ୍ଛା ଏଡିକି ଟିକେ କଅଁଳା ଛୁଆ ଋଷି ବସିଛି ଆଜି , କିଏ ସେ ତାକୁ କହିଲ କିସ ଘର ମୁରବି ସାଜି । କେତେ ସୁଧାର ଟୁକୁନା ଆମ ଜମା କରେନା ଅଳି , ଯାହା କହିଲେ ମାନି ସେ ଯାଏ କେବେ ଖାଏନା ଗାଳି । ଆଜି କାହିଁକି ଋଷି ବସିଛି ଘର କୋଣରେ ଯାଇ , କିଛି ଖାଉନି କିଛି କହୁନି କାନ୍ଦୁଛି କଇଁ କଇଁ । ଘର ବାହାର ଖୋଜା ପଡ଼ିଲା କଅଣ ତାର ଲୋଡ଼ା, ଆକାଶ ଜହ୍ନ ଚିଲିକା ମାଛ ଅବା ପବନ ଘୋଡ଼ା । ବଡ଼ ସରାଗେ ପାରା କୁକୁଡ଼ା ସାଥେ ସେ ଖେଳେ ନିତି , ଛେଳି ,ବାଛୁରୀ,ଶୁଆ, ବିଲେଇ ସଭିଏଁ ତା`ର ସାଥୀ । ଆଖି ଆଗରେ ଛେଳି ଛୁଆର ଜୀବନ ଗଲା ନାଶ , ମାଉଁସ ଖାଇ ସଭିଏଁ ଖୁସି ହଜିଛି ତା`ର ହସ । ∎ ପାଟଣାଗଡ଼, ବଲାଙ୍ଗୀର