ହସ ଅଟେ ଅ ଉ ଷ ଧ ଧନଞ୍ଜୟ ସ୍ୱାଇଁ ମଇ: ୨୦୨୫ Canonical: https://sishu.kabitawithoutborders.org/shishu/article_details-cb6d7f0dc1.html ହସ ଥିଲେ ଓଠେ ଜାଣ ଫୁଲ ମୁଠେ ମୁହଁକୁ ମାନଇ ଭାରି ହସ ବାନ୍ଧିପାରେ ମମତା ଡୋରିରେ ପରକୁ ଆପଣା କରି। ହସ କରେ ନାହିଁ ମୁହଁକୁ ମଳିନ ଆଖିରୁ ଲିଭାଇ ଲୁହ ହସ ଗଢି ପାରେ ସମ୍ପର୍କର ସେତୁ ବିତରି ଆଦର, ସ୍ନେହ। ହସ ଏକା ଦୂର କରି ପାରେ ମନୁ ଦୁଃଖ ଆଉ ଅବସାଦ ହସ ଜାଣ ମଣି ମୁକୁତାଟି ପରି ହସ ଅଟେ ଅ ଉ ଷ ଧ। ଜେଜେ ହସିଦେଲେ ସୁନ୍ଦର ଦିଶଇ ତାଙ୍କରି ପାକୁଆ ପାଟି ଅଝଟ ଶିଶୁର ହସଟି ସୁନ୍ଦର ଲୁଚେଇ ଖାଇଲେ ମାଟି। ବୋଉର ହସଟି ସୁନ୍ଦର ଯେବେ ସେ ଗେଲ ବସରରେ ଡାକେ ଗୁରୁଜୀଙ୍କ ହସ ସୁନ୍ଦର ଯେବେ ମୁଁ ଅ, ଆ, ଇ ଲେଖେ। ହସିବାର ଲାଗି ଦେବାକୁ ପଡେନି ଟଙ୍କା କି ପଇସା ଗଣି ମହୁ ବୋଳା ହସ ଓଠ ଧାରେ ଥିଲେ ମନକୁ ପାରଇ କିଣି।। ∎ ମୋ -୯୪୩୭୦୦୦୬୩୬