ଆମ ଦେହ ମନୋରମା ମିଶ୍ର ସେପ୍ଟେମ୍ବର: ୨୦୨୪ Canonical: https://sishu.kabitawithoutborders.org/shishu/article_details-cb4e51cf84.html ଗୋଟିଏ ମୁଣ୍ଡ ଦୁଇଟିଆଖି ଦୁଇଟି କାନ ଗୋଟିଏ ପାଟି ରହିଛି ନାକ ଗୋଟେ, ଆଗରେ ଛାତି ପଛରେ ପିଠି ପେଟଟି ଆଗପଟେ ...॥ ଦୁଇଟି ଗୋଡ ଦୁଇଟି ହାତ ରହିଛି ଦେହ ସାଥେ ଦଶ ଆଙ୍ଗୁଠି ଗୋଡରେ ଅଛି ଦଶ ଆଙ୍ଗୁଠି ହାତେ ...॥ ଦେହ ଓ ମୁଣ୍ଡ ଦୁହିଁଙ୍କୁ ଯୋଡି ଏକାଠି ରଖି ବେକ ଦେହର ସାଥେ ଯାଇଛି ମିଶି ମଥାର ରଖି ଟେକ ...॥ କହୁଣୀ ଆଣ୍ଠୁ ଅଣ୍ଟାରୁ କାନ୍ଧ କେ‌ଶକୁ ନଖ ପାପୁଲି ପାଦ ଦେହର ସବୁ ଅଙ୍ଗ ପ୍ରତ୍ୟଙ୍ଗ ଅଲଗା ଖାଲି ନାମ , ଗୋଟିଏ ଦେହେ ଏକାଠି ରହି କରନ୍ତି ମିଶି କାମ ... ॥ ∎ ନୀଳାଦ୍ରିବିହାର..ଭୁବନେଶ୍ୱର