ବିଜ୍ଞାନର ଜୟଗାନ ଧ୍ରୁବ ଚରଣ ଘିବେଲା ଫେବୃଆରୀ : ୨୦୨୬ Canonical: https://sishu.kabitawithoutborders.org/shishu/article_details-cb006b7900.html ପ୍ରମାଣିତ ଜ୍ଞାନ ଅଟଇ ବିଜ୍ଞାନ ବିଜ୍ଞାନର ଜୟଯାତ୍ରା ଆଜିର ଏ ଯୁଗ ବିଜ୍ଞାନର ଯୁଗ ଜ୍ଞାନବିଜ୍ଞାନର ଯାତ୍ରା I ଅତୀତ କାଳରୁ ଚାଲିଛି ଚାଲିବ ବିଜ୍ଞାନର ଶୋଭାଯାତ୍ରା ବିଜ୍ଞାନ ସହିତ ଜୀବନର ସ୍ରୋତ ଗତିଶୀଳ ଥାଏ ସର୍ବଦା I ବିଜ୍ଞାନକୁ ଛାଡ଼ି ଉନ୍ନତିର କଥା କିଏ ଅବା ଚିନ୍ତା କରେ ବିଜ୍ଞାନ ଯୋଗୁଁ ହିଁ ଆମେ ଆଗେଇଛୁ ଆଜି ବିବିଧ କ୍ଷେତ୍ରରେ I ବିଜ୍ଞାନ ଶିକ୍ଷାର ପ୍ରଚାର ପ୍ରସାର ଶିକ୍ଷା ଯୋଗୁଁ ହିଁ ସମ୍ଭବ ବିଜ୍ଞାନ ଶିକ୍ଷଣ ବିତରେ ବିଶେଷ(ଜ୍ଞାନ) ଜଗାଇ ଆଗ୍ରହ ଭାବ I ବିଜ୍ଞାନ ଶିକ୍ଷାକୁ ପିଲାଙ୍କ ଭିତରେ କରିବାକୁ ଲୋକପ୍ରିୟ ବିଜ୍ଞାନମେଳାର ହୁଏ ଆୟୋଜନ ସ୍କୁଲଠାରୁ ରାଜ୍ୟସ୍ତରୀୟ I ବିଜ୍ଞାନମେଳାରେ ଶିଶୁ ବିଜ୍ଞାନୀ ହିଁ ବିଜ୍ଞାନ ପ୍ରକଳ୍ପ ସାଥେ ଭାଗ ନେଇଥାନ୍ତି ବକ୍ତବ୍ୟ ରଖନ୍ତି ନିଜ ପ୍ରକଳ୍ପ ସମ୍ବନ୍ଧେ I ସ୍କୁଲମାନଙ୍କରେ ବିଜ୍ଞାନ ଦିବସ ହୁଏ ପାଳିତ ଫି`ବର୍ଷ ପିଲାଏ ଜାଣନ୍ତି ରମଣ କୃତିତ୍ୱ ପାଳି ବିଜ୍ଞାନ ଦିବସ I ଫେବୃଆରୀ ମାସ ଅଠେଇଶ ତାରିଖ ଜାତୀୟ ବିଜ୍ଞାନ ଦିବସ ବିଜ୍ଞାନର ଜୟ ଗାନ କରି ପିଲେ ପାଳନ୍ତି ଦିବସ ବିଶେଷ I ∎ ବଉଦରାଜ-762014, ଜି. ବୌଦ୍ଧ ମୋ. 9437478466