ରମାଟି ଯେମିତି ରଙ୍ଗକୁ ଜାଣେ ନୀଳମଣି ଚାନ୍ଦ ମାର୍ଚ୍ଚ: ୨୦୨୬ Canonical: https://sishu.kabitawithoutborders.org/shishu/article_details-cac2f7ad58.html ରୁମୁକୁ ଝୁମା ରୁମୁକୁ ଝୁମା କୁନି ଝିଅଟିଏ  ନାଆଁ ତା ରମା ଚଗଲମଗଲ ହୁଏନି  ଇଂରାଜୀରେ କିଛି ରଙ୍ଗକୁ ଠିକ୍ ଉଚ୍ଚାରଣ କରି ପାରେନି । `ବ୍ଲୁ` କଲରକୁ ` ବୁ` ସେ କହେ `ବ୍ଲାକ୍` କଲରକୁ `ବାକ୍` କହେ `ବ୍ରାଉନ` କଲରକୁ କହେ `ବାଉନ୍` ଶୁଣି ଦେଇ ରିନି କହିଲା ତା`କୁ ଯା` ରେ ଭଦ୍ରକ ଟାଉନ୍ । ବାପା ବସିଥିଲେ ସେଇଠି ରମାକୁ କୋଳେଇ ନେଇଟି, ହସି ହସି ହସି କହିଲେ ଉଚ୍ଚାରଣ ଠିକ୍ ପାରିବ କରି ଆଉ ଟିକେ ବଡ଼ ହୋଇଲେ । ∎ ମୋ:୯୫୮୩୨୦୨୩୫୭