ପାଠପଢ଼ାର ମୂଲ ଶ୍ରୀ ପ୍ରଭାତ ଚନ୍ଦ୍ର ରଥ ଫେବୃଆରୀ : ୨୦୨୬ Canonical: https://sishu.kabitawithoutborders.org/shishu/article_details-ca8b581976.html ବରଷେ ହେଲା ଧରିନି ବହି ସମୟ ଗଲା ଖେଳେ, ପରୀକ୍ଷା ଆସି ପାଖେଇଗଲା ହେବ ଠିକଣା ବେଳେ। କଳା କାଛେଣି, କଳା କୁକୁଡ଼ା, ନାଲି ମନ୍ଦାର ନେଇ, ହୁକୁମ ସବୁ ହାତେଇ ନେଲା ଗୁଣିଆଁକୁ ସେ ଦେଇ। ମଥାରେ ମାରି ସିନ୍ଦୂର କଲି କାନରେ ଖୋସି ଫୁଲ, ଟିଆଁ ଚାଲିଲା ପରୀକ୍ଷା ଦେବ ହେବନି କେବେ ଭୁଲ। ଫଳ ଯେଦିନ ବାହାରିଗଲା ଦେଖିଲା ନାଆଁ ନାହିଁ, ଜାଣିଲା ସିଏ ଗୁଣିଆଁ ପାଖେ ଅଯଥା ଗଲା ଧାଇଁ। ସେଦିନୁ ଆଉ ବସିଲା ନାହିଁ ପାଠରେ ଦେଲା ମନ, ଶୁଖିଲା ମୁହଁ ବଦଳିଗଲା ଦିଶିଲା ଛନଛନ। ଶିଖିଲା ଟିଆଁ ଜୀବନ ପାଇଁ ପାଠ ପଢ଼ାର ମୂଲ, ଯାହା ବଳରେ ଫୁଟି ବାସଇ ଜୀବନ-ହସ-ଫୁଲ ∎ (ଅବସରପ୍ରାପ୍ତ ଶିକ୍ଷକ,ସତ୍ୟବାଦୀ) ମୋ-୮୭୬୩୩୦୨୫୦୭