ଖୋଲି ଦିଅ କୀର୍ତ୍ତନ ସାହୁ ସେପ୍ଟେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-ca819abe14.html ଖୋଲି ଦିଅ ତମ ମନରୁ ଅଳିଆ ସୁସ୍ଥ ମନ ନେଇ ଚଳ ଭଲ ଭାବନାର ମନଟି ରହିଲେ ଦେହ ପାଇଁ ତାହା ବଳ । ଖୋଲି ଦିଅ ଘୃଣା ଭାବ ହୃଦୟରୁ ଆଦର କରିବା ଶିଖ ଦୁଃଖୀ ରଙ୍କୀ ସେବା କରିବା ପାଇଁକି ହୃଦୟେ ମମତା ରଖ । ଖୋଲି ଦିଅ ଗର୍ବ ଅହଙ୍କାର ମନୁ ସରଳ ଜୀବନ ବଞ୍ଚ ସବୁ ଲୋକ ସହ ମିଶିବା ଚଳିବା ଉପାୟ ଖୋଜିକି ସଞ୍ଚ। ଟାଣ ଟାଣ କଥା ଖୋଲି ଦେଇ ତମେ ମଧୁର ବଚନ କୁହ ଭଲ ପାଇବାର ସୁରଭି ବିତରି ଶ୍ରୋତାଙ୍କ ହୃଦୟ ଛୁଅଁ। ନିଜେ ନ କରିକି ଉପଦେଶ ଦେବା କଥାଟିକୁ ଖୋଲି ଦିଅ ସାଙ୍ଗ ସାଥୀ ହୋଇ କାମ କରିବାର ତରିକାଟି ଶିଖି ନିଅ । * ∎ ମିଶ୍ର କଲୋନୀ ଶାଳ ପଡ଼ା, କେନ୍ଦୁଝର ଦୂର ଭାଷ – ୯୪୩୮୪୧୪୭୦୧