ଗୁଡ଼ି ଓ କାଠଯୋଡ଼ି ଧନଞ୍ଜୟ ସ୍ୱାଇଁ ଫେବୃଆରୀ: ୨୦୨୪ Canonical: https://sishu.kabitawithoutborders.org/shishu/article_details-ca3e1e621e.html ଉଡ଼ି ଉଡ଼ି ଯାଆ ରେ ଗୁଡ଼ି ତୁ ଜହ୍ନ ରାଇଜକୁ ବୁଲି ଉତ୍ତରା ବାଆ ରେ ଉଡ଼ି ଉଡ଼ି ଯିବୁ ଯେମିତି ପବନେ ଦୋଳି। ମକର ଯାତ ଠୁଁ ବକର ହେଲାଣି ଶୀତ ଜମା ନାହିଁ ଆଉ ଗାଆଁ ନଈ ପଠା ଖୋଲା ପଡ଼ିଆ ରେ ଖେଳିବି ତୋ ସାଥେ ମୁଁ ଉଁ। ଛାତ ପରେ ଗୁଡି ଉଡାଇବି ନାହିଁ ସ୍କୁଲ୍ ଛୁଟି ହେଉ ହେଉ କାଳେ ପଡ଼ି ଯିବି ସେଥିପାଇଁ ପରା ବାରଣ କରିଛି ବୋଉ। ମାଞ୍ଜା ସୂତା ପାଇଁ ଅଳି କରିବିନି ଯାଇ ମୁଁ ବାପାଙ୍କ ପାଖ ମାଂଜା ଦିଆ ସୂତା କ୍ଷୁର ଧାର ପରି କାଳେ କଟି ଯିବ ବେକ। ଗୁଡି ପାଇଁ ଦିନେ ଘୋ ଘୋ ଶୁଭୁ ଥିଲା କାଠଯୋଡ଼ି ବାଲି କିଏ ଡାକୁଥିଲା ଲଚକ୍ ମଣି ତ କିଏ ପଟାଦାର ବୋଲି। ଅଛି ସେ କଟକ ସହର ଅଛି ତା କାଠଯୋଡ଼ି କୂଳ ବାଲି ହେଲେ ନାହିଁ ଆଉ ଆଗର ଆଦର ଅତୀତ ସେ ଯାହା ଖାଲି।। ମୋ:୯୪୩୭୦୦୦୬୩୬