ଥୁକୁଲୁ ଥୁକୁଲୁ ଥା ବୀରେନ୍ଦ୍ର ମହାନ୍ତି ଜାନୁଆରୀ: 2026 Canonical: https://sishu.kabitawithoutborders.org/shishu/article_details-c9a21715fa.html ଥୁକୁଲୁ ଥୁକୁଲୁ ଥା ମୁଁ ଗଲି ତୁ ଆ ତୋ ପାଇଁ ପରା ପିଲାଏ ମୋତେ କଲେଣି ଟା ଟା...... ଥୁକୁଲୁ ଥୁକୁଲୁ ଥା ଗ୍ରୀଟିଂଙ୍ଗସ ଟିଏ ନେ ଡ଼ାଇରି ଟିଏ ଦେ ପିକନିକ ରେ ମଉଜ କରି କ୍ୟାଲେଣ୍ଡର ରେ ଥା ଥୁକୁଲୁ ଥୁକୁଲୁ ଥା.... ନୂଆ ବରଷ ଆ ଖଜା ଓ ଲଡ଼ୁ ଖା କୁନା କୁନୀଙ୍କ ଓଠ ରେ ହସ ପିୟୁଷ ଭରି ଯା ଥୁକୁଲୁ ଥୁକୁଲୁ ଥା..... ଥୁକୁଲୁ ଥୁକୁଲୁ ଥା ମୁଁ ଗଲି ତୁ ଆ ତୋ ପାଇଁ ପରା ପିଲାଏ ମୋତେ କଲେଣି ଟା ଟା ଥୁକୁଲୁ ଥୁକୁଲୁ ଥା....... ∎ ନୀଳଚକ୍ର ନଗର, ଅଠର ନଳା ପୁରୀ -2 8917460048