ଶରତ କହୁଛି କବିଜ୍ୟୋତି ନିରଞ୍ଜନ ପତି ଅକ୍ଟୋବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-c93e6f2063.html ମୋତେ ଡାକି ଦେଲା ବର୍ଷା ନାନୀ ଗଲା  ମୁଁ ତ ଯୁବରାଜ ଶରତ, କାଦୁଅ ହଟିଲା ବାଟ ତ ଶୁଖିଲାnbsp; ସବୁଜିମା ହେଲା ମରତ । ନଦୀ ପଠା ପାଶେ କାଶତଣ୍ଡୀ ହସେ ଚାମର ପରାଏ ଝୁଲିଲା, ସ୍ୱଚ୍ଛ ନଦୀ ଜଳ, ପୁଷ୍କରିଣୀ ନାଳ ନାଉରୀ ନାଆଟି ମେଲିଲା । ମୋ ଆସିବା ଦେଖି ଚାଷୀ ଭାଇ ସୁଖୀ  ଚାଷ କାମରେ ସେ ଲାଗିଛି, ଲକ୍ଷେ ପୋଷା ହେବ ଦାନା ଯୋଗାଇବ ଏଇ ଭାବ ମନେ ଜାଗିଛି । ଯୁଇ,ଜାଇ,ମଲ୍ଲୀ, ମାଳତୀ,ବଧୁଲୀ ଫୁଟି ଖେଳାଉଚି ମହକ, ମୋ ଋତୁ ସରସା ନାହିଁ ତ ବରଷା ନାହିଁ ଶୀତ,ଖରା ଡହକ । ଧଳା ମେଘ ମାନ ମୋହୁଅଛି ମନ ନିରିମଳ ଚାନ୍ଦ କିରଣ, ନାନା ଜାତି ପର୍ବ ମେଳା ମହୋତ୍ସବ  ଜନ ମନ କରେ ହରଣ‌। ଆଗକୁ ଦଶରା ଆସୁଅଛି ପରା ମାଆ ଦୁର୍ଗା ହେବେ ପୂଜିତ, କି` ସହର ଗ୍ରାମ ହେବ ମନୋରମ କେଡ଼େ ବାଗେ ହୋଇ ସଜ୍ଜିତ । ପାଳ ଯାନି ଯାତ ହୋଇକି ମିଳିତ ଦୂର ହେବ ଦୁଃଖ ଯାତନା, ଏଇ କୃପା କର ଭଲ ହେଉ ନର ମାଆଙ୍କୁ କରିବା ପ୍ରାର୍ଥନା । ∎ ପ୍ରଗତି ନଗର, ଅନୁଗୋଳ  ମୋ-୯୯୩୮୧୩୩୫୫୯