ପାଠ ପଢ଼ ପିଲେ ନ କର ମଠ ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ ମଇ: ୨୦୨୬ Canonical: https://sishu.kabitawithoutborders.org/shishu/article_details-c8f689993b.html ଅରଟ ରଟ କେଁ କରଟ ପାଠ ପଢ଼ ପିଲେ ନ କର ମଠ ଆସିଛି ରେ ନୂଆ ବେଳା, ନୂଆ ଶିକ୍ଷା ବର୍ଷ ଆରମ୍ଭ ହେଲାଣି ପଢ଼ାରେ ନ କର ହେଳା l ୧ l ସଅଳ ଉଠ ନ କର ମଠ ଉପର ଶ୍ରେଣୀରେ ପଢ଼ିବ ପାଠ ସାଥୀ ପିଲା ସହ ଯାଇ, ନୂଆ ବହି ନୂଆ ପୋଷାକ ମିଳିବ ସ୍କୁଲ ଯାଅ ଖୁସି ହୋଇ l ୨ l ଶ୍ରେଣୀ ରେ ବସି ହୋଇବ ଖୁସି ସାଥୀ ପିଲା ସାଥେ ଖୁସିରେ ମିଶି ଖେଳ ପଡିଆ କୁ ଯାଇ, ନୂଆ ନୂଆ ଖେଳ ଶିଖିବ ପିଲାଏ ଗୁରୁ ଯା ` ଦେବେ ଶିଖାଇ l ୩ l ଅନ୍ଧାର ହଟି ପାଇଛି ରାତି ଜୀବନେ ଜଳିବ ଜ୍ଞାନର ବତୀ ଅଜ୍ଞାନତା ହେବ ଦୂର, ନିଜର ସମୟ ଉପଯୋଗ କଲେ ମିଳିବ ତା ` ଉପକାର l ୪ l ହେଲେବି ସାନ ତୁମେ ମହାନ ନିଜକୁ କେବେ ନମଣ ହୀନ ନିଜର ସାଧନା ବଳେ, ତୁମର ପ୍ରତିଭା ହେବ ବିକଶିତ ଦିନେ ଏହି ଭୁମଣ୍ଡଳେ l ୫ l ∎ ରାଜ୍ୟ ପୁରସ୍କୃତ ପ୍ରାକ୍ତନ ପ୍ରଧାନ ଶିକ୍ଷକ, ଯଦୁ - ମାଳତୀ କୃପା ନିବାସ, ଶକ୍ତି ବିହାର / ବାଲିପଡ଼ା, ମାହାଙ୍ଗା, କଟକ l ମୋ -୭୬୦୯୦୪୪୩୮୩