ହେ ପ୍ରିୟ ଗୁରୁ ମୋର ଜିତେନ୍ଦ୍ର ଚନ୍ଦ୍ର ସାହୁ ସେପ୍ଟେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-c74e653513.html ତୁମେ ବ୍ରହ୍ମା, ବିଷ୍ଣୁ ତୁମେ ମହେଶ୍ୱର ହେ ପ୍ରିୟ ଗୁରୁ ମୋର ତୁମରି ଆଶିଷେ ଜ୍ଞାନର ଆଲୋକ ଚଉଦିଗ ବାସେ ମୋର           ହେ ପ୍ରିୟ ଗୁରୁ ମୋର  । ଧର୍ମ ,ନିତି ,ଶିକ୍ଷା ଜୀବନ ର ଦିକ୍ଷା ଢାଳି ଶିକ୍ଷାମୃତ ଧାର ଜୀବନ ଜୀବିକା ହୋଇ ବିଶ୍ଵକର୍ମା ସାଜ ତୁମେ ରୂପ କାର          ହେ ପ୍ରିୟ ଗୁରୁ ମୋର  । ଅଜ୍ଞାନ ଅନ୍ଧାର କରିଅଛ ଦୂର ଦୀପ ଶିଖା ହୋଇ ମୋର ଚାଲିଲେ ଅବାଟ କରିଛ ଆକଟ ଖୋଲିଛ ସୁପଥ ଦ୍ଵାର            ହେ ପ୍ରିୟ ଗୁରୁ ମୋର  । ମନ୍ଦ ବୁଦ୍ଧି ମୋର କରିଅଛ ନାଶ ସାଜି ତୁମେ ମହେଶ୍ୱର ସତ୍ୟ, ଶାନ୍ତି,ଦୟା କ୍ଷମା ଆଚରଣ ହେବ ଏହା ବ୍ରତ ମୋର           ହେ ପ୍ରିୟ ଗୁରୁ ମୋର  । ତୁମରି ଚରଣେ କୋଟି ନମସ୍କାର ପରଂବ୍ରହ୍ମ ଗୁରୁ ମୋର ଚିର ବନ୍ଦନୀୟ ଏ ଧରା ପୃଷ୍ଠାରେ ଯୁଗେ ଯୁଗେ ଶ୍ରେଷ୍ଠତର          ହେ ପ୍ରିୟ ଗୁରୁ ମୋର  ।  ∎           ବସୋଇ, ପରଜଙ୍ଗ, ଢେଙ୍କାନାଳ       ମୋ.୯୭୭୬୪୫୪୮୦୦