କରିବୁ ଆମେ ଚାଷ ଡଃ . ସ୍ୱର୍ଣ୍ଣଲତା ତ୍ରିପାଠୀ ନଭେମ୍ବର : ୨୦୨୪ Canonical: https://sishu.kabitawithoutborders.org/shishu/article_details-c6339cfc55.html "ରିୟା"ତା` ରଙ୍ଗ ତୂଳୀରେ ଧରି ଚିତ୍ର ଅଙ୍କିଲ। ବସି, "ରାହୁଲ" କହେ କି ଚିତ୍ର କରୁ ଦେଖା ତୁ ମୋତେ ହସି । ଆଙ୍କୁଛି ଗଛ ଆମ ବାଡ଼ିର ବଡ଼ ଗଛକୁ ଦେଖି, କି ରଙ୍ଗ ଦେବୁ ରଙ୍ଗ ତୂଳୀରେ ରାହୁଲ କହେ ଡାକି । ପତ୍ର ନେଳିଆ ଫୁଲ ତ ନାଲି ଫଳର ରଙ୍ଗ ନେଳି, ପାଚିଲା ଫଳ ହଳଦିଆ ଯେ ରଙ୍ଗ ତୂଳୀରେ ବୋଳି । ସୁନ୍ଦର ଦିଶେ ତୋ ଗଛ ଦେଖି ରଙ୍ଗ ବେରଙ୍ଗ ଭରେ, କହିଲୁ ଦେଖି ସିଏ ଆମର କି ଉପକାର କରେ ? ଆଈକୁ ଡାକି ଚିତ୍ର ଦେଖାଇ କହ ଲୋ ଆଈ କହ, ଆଈ ଖୁସିରେ ବସିଲା ପାଶେ ଉତ୍ତର ଦେବି ରହ । ଗଛ ଆମର ଜୀବନ ଧନ ମନରେ ହେଜି ଥାଅ, ଆମକୁ ଦିଏ ଖାଦ୍ୟ ଓ ବସ୍ତ୍ର ଘର କାମରେ ନିଅ । ଫୁଲ ଅତର କାମରେ ଆସେ ଫଳ ଦିଅଇ ବଳ, କେତେ ପତର ସେବାରେ ଲାଗେ ରୋଗର ଉପକାର । ଗଛର ବିନା ବରଷା ନାହିଁ ନାହିଁ ତ ଅମ୍ଳଜାନ, ମଣିଷ ଗୋଟିକୁ ଗଛ ଗୋଟିଏ ଶୁଣ ଦେଇ ମନଧ୍ୟାନ । ଗଛ ବଞ୍ଚିଲେ ଆମେ ବଞ୍ଚିବା ଲଗାଅ ଚ।ରା ଗଛ, ରିୟା ରାହୁଲ ଶୁଣି କହିଲେ କରିବୁ ଆମେ ଚାଷ । ∎ (ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ) ଅବସର ପ୍ରାପ୍ତ ମଣ୍ଡଳ ସହ -- ଶିକ୍ଷାଧିକାରୀ ପୁରୀ ସଦର ବ୍ଲକ ,ପୁରୀ