ରୋଇବା ଚାରା ଦୀନବନ୍ଧୁ ପୋଇ ସେପ୍ଟେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-c5946ea8c8.html ଆସରେ ପିଲେ ରୋଇବା ଚାରା ଦେଖି ପଡିଆ ଭୂଇଁ ତାପାଇଁ ସିନା ବଞ୍ଚିଛେ ଆମେ ମନା କରିବା ନାଇଁ । ଦିଅଇ ସିଏ ଆମକୁ ପିଲେ ଫଳ ଫୁଲ ଓ ଛାଇ ବାଟୋଇଟିଏ ତା ମୂଳେ ବସି ଖରାରେ ମାରେ ହାଇ । ହରିଣ ଛେଳି ବଞ୍ଚନ୍ତି ସବୁ ତାର ପତର ଖାଇ ପାଚିଲେ ଫଳ କାଉ ମାଙ୍କଡ ଖାଆନ୍ତି ଡାଳେ ଥାଇ । ଅମ୍ଳଜାନ ଦେଇ ସେ ନିଏ ଅଙ୍ଗାରକାମ୍ଲ ଶୋଷି ନଥିଲେ ଗଛ ଧରାରେ  ପିଲେ ପାରନ୍ତେ ନାହିଁ ହସି । କାଟି ତା ଡାଳ ଗଢି ପଲଙ୍କ ପାରୁଛେ ଆମେ ଶୋଇ ବାତ୍ୟା ପବନ ରୋକି ବି ପାରେ ଧରାରେ ଛିଡା ହୋଇ । ବୁଢା ବେଳରେ ତା ଡାଳ ନେଇ ଗଢି ବଙ୍କୁଲି ବାଡି ସଳଖି ଅଣ୍ଟା ଅଜା ଚାଲଇ ଧଳା ନିଶକୁ ମୋଡି । ତାଡାଳେ ବସା ବାନ୍ଧି ପକ୍ଷୀଏ ରହନ୍ତି ଖୁସି ହୋଇ କେତେ ଯେ ସିଏ ସାହାଯ୍ୟ ଦିଏ ଜୀବ ଜଗତ ପାଇଁ । ଶତ୍ରୁ ହେଲେ ବି ମନା କରେନି ତାପାଖକୁ ଗଲେ ଯିଏ ତା ଉପକାର ପାଇବ ଯଦି ଗଛ ଲଗାଉ ସିଏ l ∎ ଗୋରଡ଼ା ପାଳ , କରମୂଳ ଢେଙ୍କାନାଳ, ଦୂରଭାଷ - ୯୯୩୮୮୦୨୪୧୨