ଅଗଷ୍ଟ ପନ୍ଦର ଦିନ ଧ୍ରୁବ ଚରଣ ଘିବେଲା ଅଗଷ୍ଟ: ୨୦୨୫ Canonical: https://sishu.kabitawithoutborders.org/shishu/article_details-c4f79b6923.html ଦିବସ ଭିତରେ ଗୋଟିଏ ଦିବସ ଦେଶର ଜନମ ଦିନ ଆଜି ତାରିଖରେ ଫିରିଙ୍ଗି ହଟିଲେ ଦେଶ ହୋଇଲା ସ୍ୱାଧୀନ I ଅଗଷ୍ଟ ପନ୍ଦର ଜାତି ଇତିହାସେ ହେଲା ସ୍ମରଣୀୟ ଦିନ ହରଷେ ଉଡ଼ିଲା ଜାତୀୟ ପତାକା ଲାଲକିଲ୍ଲା ମଇଦାନ I ପରାଧୀନତାର ଶୃଙ୍ଖଳ ହଟିଲା ଫିରିଙ୍ଗି ସ୍ୱଦେଶ ଗଲେ ଆମରି ହାତରେ ଶାସନର ଡୋରି ଧରାଇ ଦେଇ ଫେରିଲେ I ବାପୁମହାତମା ଡାକରା ଯେ ଦେଲେ ସଭିଏଁ ଶପଥ ନିଅ ଦେଶକୁ ସ୍ୱାଧୀନ କରିବା ପଣରେ ଦେଶବାସୀ ସଦା ରୁହ I କେତେହରତାଳ କେତେଆନ୍ଦୋଳନ ଦେଶରେ ମୁଣ୍ଡ ଟେକିଲା ଫିରିଙ୍ଗିଗୁଳିରେ ଯେତେ ଟଳିଗଲେ ସେତେ ନିଆଁ କୁହୁଳିଲା I ଆନ୍ଦୋଳନ ବହ୍ନି ହେଲା ପ୍ରଜ୍ଜ୍ୱଳିତ ନଥମିଲା ଆନ୍ଦୋଳନ ଭାରତଛାଡ଼ ର ଡାକରା ଶୁଭିଲା ଗାନ୍ଧିଜୀ ଦେଲେ ଆହ୍ୱାନ I ଫିରିଙ୍ଗିଙ୍କ ସବୁ କଳ କଉଶଳ କାମ ଆଉ ଦେଲା ନାହିଁ ଶେଷକୁ ଫେରିଲେ ଆପଣା ଦେଶକୁ ସାତ ସମୁଦ୍ରକୁ ଡେଇଁ I ଉଣେଇଶ ସତ ଚାଲିଶି ମସିହା ଅଗଷ୍ଟ ପନ୍ଦର ଦିନ ତ୍ରିରଙ୍ଗା ଉଡ଼ିଲା ଫରଫର ହୋଇ ଗାଇ ଜନ ଗଣ ମନ I ∎ ବଉଦରାଜ, ଜି. ବୌଦ୍ଧ ମୋ.9437478466