କଥା ଦେଇଛି କୀର୍ତ୍ତନ ସାହୁ ସେପ୍ଟେମ୍ବର: ୨୦୨୬ Canonical: https://sishu.kabitawithoutborders.org/shishu/article_details-c49b6e61da.html କଥା ଦେଇଛି ମୋ ମାଆକୁ ନିଜ କାମ ମୁହିଁ ନିଜେ ମୁଁ କରିବି ଅରପି ଦେବିନି କାହାକୁ । 1 ବାପାଙ୍କୁ ମୁଁ କଥା ଦେଇଛି ଭଲ ପାଠ ପଢ଼ି ମଣିଷ ହୋଇବି ପାଦ ତାଙ୍କ ଛୁଇଁ ନେଇଛି । କଥା ଦେଇଛି ମୁଁ ମାଟିକୁ କଳୁଷିତ ଜମା କରିବି ନାହିଁ ମୁଁ କେବେ ହେଲେ ତାର ଛାତିକୁ । କଥା ଦେଇଛି ମୁଁ ଗଛକୁ ଯତନ ତା ନେବି ନଷ୍ଟ କରିବିନି ଚାହିଁବିନି କେବେ ପଛକୁ । କଥା ଦେଇଛି ମୁଁ ଜଳକୁ ଦୂଷିତ ହେବାକୁ ଦେବିନି ଜମା ମୁଁ ଖଟାଇ ମୋହର ବଳକୁ । କଥା ଦେଇଛି ମୋ ଦେଶକୁ ତା ମାନ ମହତ ସଦା ମୁଁ ରଖିବି ସଜାଇ ମୋ ବୀର ବେଶକୁ । ∎ ମିଶ୍ର କଲୋନୀ ଶାଳପଡ଼ା , କେନ୍ଦୁଝର ଦୂର ଭାଷ – ୯୪୩୮୪୧୪୭୦୧