ଜଣା ପଡିବନି ବେଳ ମିନତି ପଟ୍ଟନାୟକ ଅଗଷ୍ଟ: ୨୦୨୫ Canonical: https://sishu.kabitawithoutborders.org/shishu/article_details-c45d28a41f.html ଆଂଶି ଦିଦିର ମୋଟାମୋଟା ବହି ଦେଖି ଡରି ଯାଉଥିଲା ଡୁଗୁ। ତାର ତ ଗୋଟିଏ ବହି ଯେ, ତାକୁ ପଢିବାକୁ ତାକୁ ଡର ଲାଗୁଛି। ହେଲେ ଦିଦି କୁ କହି ପାରୁନି। ଦିନେ ସଂଜ ବେଳେ ଦିଦି ପାଖରେ ବସି ପାଠ ପଢୁପଢୁ ଦିଦି ଆଡକୁ ବାରମ୍ବାର ଅନାଇଲା। ଦିଦି କହିଲା: କଣ ହୋଇଚି କିରେ ଡୁଗୁ ? ଡୁଗୁ ଛେପ ଢୋକିଦେଇ କହିଲା: ଦିଦି, ! ତୁ ଏତେ ବହି କିପରି ପଢୁଛୁ? ମୁଁ ତ ଗୋଟେ ବହି ପଢିଲା ବେଳକୁ ନାକେଦମ୍ ହୋଇ ଯାଉଛି। ଦିଦି କହିଲା: ତୋର ତଳ କ୍ଲାସ ତୋର ଗୋଟେ ବହି, ମୋର ଉପରକ୍ଲାସ ମୋର ଅଧିକ ବହି। ଏଥିରେ ଭାବିବାର କଣ ଅଛି। ଦିଦି କଥା ଡୁଗୁ ମନକୁ ପାଇଲା ନାହିଁ। ହସି ଦେଲା। ଏକଥାକୁ ଜେଜେବାପା କବାଟକୋଣରେ ରହି ସବୁ ଶୁଣୁଥିଲେ। ଡୁଗୁ ଦିଦି ସାଙ୍ଗରେ ପଢା ଘରୁ ଆସି ଖାଇବା ଘରକୁ ଗଲା। ଦୁହେଁ ସେଦିନ ଖାଇପିଇ ଶୋଇଲେ। ରାତି ସାରା ଜେଜେବାପାଙ୍କର ଆଖିକୁନିଦ ନାହିଁ କେମିତି ଡୁଗୁକୁ ତା ପ୍ରଶ୍ନର ଉତ୍ତର ଦେବେ। ସକାଳ ହେଲା ମାମା ଉଠି ସମସ୍ତ ଙ୍କୁ ଜଳଖିଆଆଣିଦେଲେ। ଡୁଗୁ ଆଂଶିକୁ କହିଲେ ପାଠ ପଢିବାକୁ। ଏତିକି ବେଳେ ଜେଜେବାପା କହିଲେ ,ଆଜି ଦି `ପହର କୁ ସମସ୍ତେ ଗାଁ ପାଖ ପାହାଡ ଉପର ଶିବ ମନ୍ଦିର କୁ ଯିବା। ସେଠି ଆଜି ପ୍ରସାଦ ସେବନର ବ୍ୟବସ୍ଥା ହୋଇଛି। ଡୁଗୁ ଓ ଆଂଶି ଦୁହେଁ ଖୁସିରେ ତାଳିମାରି ନାଚିଲେ। ଦିପହର ବେଳକୁ ସମସ୍ତ ଙ୍କ ସାଙ୍ଗରେ ଡୁଗୁ ଯାଇ ମନ୍ଦିର ତଳ ପାହିଡ ପାଖରେ ପହଁଞ୍ଚିଲା। ସେଠୁ ପାହାଚ ଚଢି ଉପରକୁ ଯିବାକୁ ହେବ। ଜେଜେବାପା ଡୁଗୁ ଆଉ ଆଂଶିର ହାତ ଧରି ପାହାଚ ଚଢିବାକୁ କହିଲେ। ହେଲେ ଉପରକୁ ଚାହିଁ ଦେଇ,ଏତେ ପାହାଚ ଚଢିପାରିବନିବୋଲି କହିଲା ଡୁଗୁ। ସେତେବେଳକୁ ଆଂଶି ଦିଦି ଜେଜେଙ୍କ ହାତ ଛାଡି ତିନି ଚାରୋଟି ପାହାଚ ଚଢି ଗଲାଣି। ଡୁଗୁ କୁ ହାତ ଠାରି ଡାକୁଛି। ଉପରକୁଆସିହାକୁ ଡାକୁଛି। ଡୁଗୁ କୁ ଭାରି ଡର, କେମିତି ଏତେ ପାହାଚ ଚଢିବ ? ଜେଜେବାପା ଡୁଗୁ କୁ ଧୀର୍ କରି କହିଲେ: ତୁ ଗୋଟିଏ ଗୋଟିଏ ପାହାଚ ମୋ ସାଥିରେ ଆସ। ତୁ କାହିଁ ଉପରକୁ ଚାହୁଁଛୁ? ଗୋଟିଏ ପରେ ଗୋଟିଏ କରି ଡୁଗୁ ପାହାଚ ଚଢି ଚଢି ଜେଜେବାପାଙ୍କ ସାଥିରେ ପାହାଡ ଚଢି ଗଲା। ମନ୍ଦିର ପାଖରେ ପହଞ୍ଚି ସାରିଛି କେମିତି?ଏତେ ପାହାଚ ଚଢି ଚଢି ପୁରା ପାହାଡ ଚଢି ଆସିବାକଥା ଭାବିପାରୁ ନଥିଲା ଡୁଗୁ। ଖୋଲାହସଟେ ହସିଦେଇ କହିଲା:ଜେଜେ! ମୁଁ ପାହାଡ ଚଢି ଆସିଲି। ଜେଜେବାପା ହସିଦେଇ କହିଲେ: ଗୋଟିଏ ଗୋଟିଏ ପାହାଚ ଚଢି ତୁଚଢି ଲୁ ପାହାଡ ଚୂଳ, ଗୋଟିଏ ଗୋଟିଏ ବହି ତୁ ପଢିଲେ ଜଣା ପଡିବନି ବେଳ। ଡୁଗୁ ହସି ଦେଇ କହିଲା – ଏବେ ମୁଁ ବୁଝିଲି ଜେଜେ। ∎ ନୀଳଚକ୍ରନଗର ପୁରୀ-୭୫୨୦୦୨ ଫୋନ୍-୯୩୩୭୬୯୬୨୨୭