ଲାଗେନି କେମିତି ସରମ ହରିହର ଶୁକ୍ଳ ଜୁନ : ୨୦୨୬ Canonical: https://sishu.kabitawithoutborders.org/shishu/article_details-c335e3743a.html ବରଫକୁ ଚାହିଁ ଚକିତରେ ଦିନେ ପଚାରିଲା ମାଟି ଉହ୍ମେଇ, ସବୁବେଳେ ତୁହି ଶୀତଳ ରହୁଛୁ କେମିତି କହିଲୁ ଜମେଇ?   କଥା ଶୁଣି ତା`ର ବରଫ କହିଲା ଉହ୍ମେଇ ଆଡ଼କୁ ଚାହିଁକି, ଅତୀତ ମୋ ପାଣି,ଭବିଷ୍ୟତ ପାଣି ଗରମ ହେବି ମୁଁ କାହିଁକି? ଟିକେ ରହି ସିଏ କହିଲା ଏଥର ମତି ମୋ ହୋଇନି ଭରମ, ମିଛରେ ଆପଣା ବଡ଼େଇ ଦେଖାଇ ଅଯଥାରେ ହେବି ଗରମ। ଦି` ଦିନିଆ ଏଇ ଦୁନିଆରେ ବିହି ଜନମ ଦେଇଛି ଆମକୁ, ହରଷ ବିତରି,ଭଲ କାମ କରି ରଖିଯିବା ସିନା ନାମକୁ! ସହଜରେ ଏବେ ଉହ୍ମେଇ ବୁଝିଲା ବରଫ କଥାର ମରମ, ଭାବିଲା, ଥୋକାଏ ବଡ଼େଇ କରନ୍ତି ଲାଗେନି କେମିତି ସରମ? ∎ ଫୋ: ୯୮୬୮୮୦୫୯୯୬