ଟପର ଟପର ମେଘ ବରଷିଲା ଧୀରେନ ମିଶ୍ର ସେପ୍ଟେମ୍ବର: ୨୦୨୪ Canonical: https://sishu.kabitawithoutborders.org/shishu/article_details-c3266375fa.html ଟପର ଟପର ମେଘ ବରଷିଲା ଓଳିତଳେ ଗଲା ପାଣି କଟର କଟର ବେଙ୍ଗୁଲୀ ଡାକିଲା ଦେଖି ବେଙ୍ଗ ରାଜା ଠାଣି । ଫୁକୁଲୁ ଫୁକୁଲୁ ଡେଇଁ ଡେଇଁ ଆସି ପହଞ୍ଚିଲା ସାରୁ ମୂଳେ ଧଣ୍ଡିଆ ଦୂରରୁ ଦେଖି ବେଙ୍ଗୁଲୀ କୁ ଛପିଗଲା ପାଣି କୂଳେ । ବେଙ୍ଗ ଓ ବେଙ୍ଗୁଲୀ ବସି କଥାହେଲେ ହସିହସି ନେଉଳ ବାପୁଡା ସେଇବାଟେ ଗଲା ଧଣ୍ଡ ପଳାଇଲା ଖସି । ∎ ଶୁଶୁଡା, ଅନୁଗୋଳ ମୋ- 7978087891