ସପନ ନିତି ଆସଇ ଝରି ଅନନ୍ତ କୁମାର ସେନାପତି ଫେବୃଆରୀ: ୨୦୨୫ Canonical: https://sishu.kabitawithoutborders.org/shishu/article_details-c2ea3c0f50.html ଗୁଲୁ ଗୁଲିଆ କଅଁଳ ଓଠ ଥିରି ଥିରି ମୋ ଚାଲି, ଆଖି ରେ ଭରା କେତେ ସପନ ନିତି ଆସଇ ଝରି । ଯାଉଛି ଛୁଇଁ ଧୀର ପବନ ଟିକି ଦେହରେ ଆସି, ଯାଉଛି ନଇଁ ନୀଳ ଗଗନ ମାଟି କୁ ହସି ହସି । ଫୁଟୁଛି ଫୁଲ ଅମୁଲ ମୁଲ ପାଖୁଡା ତା `ର ଖୋଲି, ଡାକୁଛି ସଦା ଯିବାକୁ ପାଶେ ଶରଧା ଅଛି ବୋଲି । ଯାଉଛି ଉଡ଼ି ଟିକି ଚଢେଇ ଟିକି ଡେଣା ଟି ଝାଡ଼ି, ମୋ ପରି ତା `ର କୁନି ପିଲାଟେ କାନ୍ଦଇ ଗଡି ଗଡି । କହେ ବୁଝାଇ ଭାଇ ତାହାର ଅଝଟ କିଆଁ କର, ଫେରିଲେ ମାଆ ହସ ଖୁସିରେ ଭରି ଯିବ ଏ ଘର । ଏକଥା ଦେଖି ପଡଇ ମନେ କାନ୍ଦଇ କଇଁ କଇଁ ଯେଉଁଠି ଥିଲେ ଧନ ଲୋ କହି ମାଆ ଆସନ୍ତି ଧାଇଁ । ଗଛ ପତର ସବୁଜ ଡାଳ ଆଖିରେ ଯାଏ ଲାଖି, ତାଙ୍କରି ଠାରୁ ମହତ ଗୁଣ ନିତି ପାରଇ ଶିଖି । ବହୁ ଜିନିଷ ହୋଇଛି ଗଢ଼ା ପାରୁ ନାହିଁ ମୁଁ କଳି, କୃମି ଠୁଁ କୀଟ ହିତ ଅହିତ ସବୁରହିଛି ଭରି । ତାଙ୍କରି ଠାରୁ ଶିଖିବି ସଦା ନୂଆ ଜ୍ଞାନ ର ଧାରା ଭଲ ପଥରେ ହୋଇବି ଗୁଣୀ ସଜାଇ ଦେବି ସୁବାସ ଆଣି ମହକି ଯିବ ସାରା । ∎ ବାଣ୍ଠୁପଡା, ରାଜଗାଙ୍ଗପୁର, ସୁନ୍ଦରଗଡ଼