ଆମଠୁ ସେ କ`ଣ ନିଏ ? ନଗେନ୍ଦ୍ର ନାଥ ପଟ୍ଟନାୟକ ମଇ: ୨୦୨୫ Canonical: https://sishu.kabitawithoutborders.org/shishu/article_details-c24fd083c5.html ଅସୀମ ଆକାଶେ ଝିଲିମିଲି ତାରା ଆମକୁ ଆଲୁଅ ଦିଏ ଶୀତଳ ଚନ୍ଦନ ପରି ଲାଗେ ତାହା ଆମଠୁ ସେ କ`ଣ ନିଏ ? ସୁନୀଳ ଗଗନେ ଜହ୍ନମାମୁ ଉଏଁ ଶୀତଲତା ତା`ର ଛୁଏଁ କେଡେ ମନୋରମ କେତେ ଆପଣାର ଆମଠୁ ସେ କ`ଣ ନିଏ ? ସୁନାଖରା ବୁଣେ ନଭେ ରବିଅଜା ଆମକୁ ଜୀବନ ଦିଏ ସବୁ ଗ୍ରହଙ୍କର ମୁଖିଆ ପରା ସେ ଆମଠୁ ସେ କ`ଣ ନିଏ ? ସବୁଜିମା ଭରା ତରୁ ଲତା ଗୁଳ୍ମ ପ୍ରାଣବାୟୁ ପରା ଦିଏ ଧରାପରେ ସବୁ ଦିଏରେ ସଜେଇ ଆମଠୁ ସେ କ`ଣ ନିଏ ? ଆମର ମଙ୍ଗଳ ସାଧନ ପାଇଁକି କିଛି ନିଅନ୍ତିନି ଯିଏ ଖଞ୍ଜିଛନ୍ତି ସବୁ ଏ ବଶ୍ୱ ବ୍ରହ୍ମାଣ୍ଡେ ଜଗତର ସାଇଁ ସିଏ । ∎ ଓସ୍କାର ସିଟି,ଲେନ୍ ନଂ ୯,ପ୍ଲଟ ନଂ ୪୫୬ ଲକ୍ଷ୍ମୀସାଗର କେନାଲ ରୋଡ଼,ଭୁବନେଶ୍ୱର ମୋ -୯୪୩୮୩୩୨୧୩୮