ଝରଣା ଗୋପୀନାଥ ଦାଶ ଜୁଲାଇ: ୨୦୨୪ Canonical: https://sishu.kabitawithoutborders.org/shishu/article_details-c0bd356e40.html ଗଡି ଯାଏଁ ମୁହିଁ ତଳକୁ ତଳକୁ ପାହାଡର କୋଳଚିରି କେତେ ବନରାଜି ସବୁଜିମା ଦେଇ ବହି ଆସେ ଥିରି ଥିରି। କଳ କଳ ନାଦ ଶବଦ କରିଣ ଶୁଭ୍ର ପସ୍ରବଣ ହୋଇ କେତେ ଯେ କାଳରୁ ଝରି ଆସୁଅଛି ଝର ନିର୍ଝରିଣୀ ମୁହିଁ। ଗାଆଁ ପାଖ ଦେଇ ପ୍ରବାହିତ ହୁଏ ଛୋଟ ନଈ ଟିଏ କହି ତୃଷାର୍ତ୍ତ ର ଶୋଷ ହରଣ କରେ ମୁଁ ଜଳ କେଇ ବୁନ୍ଦା ହୋଇ। ଖଣିଜ ଲବଣ ଚେର ମୁଲି ପାଣି ଧରି ଆଗେ ଚାଲୁ ଥାଇ ଅମୃତ ସମାନ ମୋର ଜଳଧାରା ଏଠୁ ବଳି କିଛି ନାହିଁ। ଜଳରାଶି ନେଇ ଯତନରେ ଚାଷୀ ଫସଲ କରେ ସେଚନ ସେଇ ଫସଲ ଟି କ୍ଷ୍ୟୁଧାର୍ତ୍ତ ପାଟିରେ ଫୁଟାଏ ନୁଆଁ ଜୀବନ। ଝରଣା ପରିକା ଅନ୍ୟର ସେବାରେ ଉସର୍ଗ କରିଵା ପ୍ରାଣ ମାଟି ମାଆ ର କଲ୍ୟାଣ କରିବା ଏବେଠୁ କରିବା ପଣ। ∎ ବରପାଲିପଡ଼ା, ବଲାଙ୍ଗିର ମୋ -6371805070