ତୋର ରଥ ଗଡିବ ପ୍ରଶାନ୍ତ କୁମାର ଦାଶ ଜୁଲାଇ: ୨୦୨୬ Canonical: https://sishu.kabitawithoutborders.org/shishu/article_details-c0b7bdc812.html ପବିତ୍ର ତୋ ପୁରୀ ଧାମ ମୋର ପାଦ ପଡିବ ମୁଁ ଦେଖିବି ରଥଯାତ ତୋର ରଥ ଗଡିବ || ଦେଖିଲେ ତୋ କଳାମୁଖ ଭୁଲିଯିବି ଦୁଃଖତ ପାଇଯିବି ମୋ ଜୀବନେ ସବୁ ଶାନ୍ତି ସୁଖତ || ଶରଧାବାଲିରେ ଯାଇ ଗାଇବି ତୋ ଗୀତରେ ଦୁନିଆରେ ତୁ ମୋ ସଖା ତୁହି ବନ୍ଧୁ ମିତରେ || ଲଗାଇ ଦେ ଡୋରି ତୋର ନେଇଯା ତୋ ପାଖକୁ କାନ ଡେରି ଶୁଣ ଥରେ ଏ ଦୁଃଖୀର ଡାକକୁ || ପହଣ୍ଡୀରେ ହଲି ଝୁଲି ଆସିଵୁ ତୁ କାଳିଆ ଭକତର ଜୀଵଧନ ତୁଯେ ସୁନାଥାଳିଆ || ତତେ ଦେଖି ହେଵ ଆଖି ଛଳଛଳ ଲୁହରେ ଭାସିଯିଵି କଳାକାହ୍ନୁ ତୋର ପ୍ରେମ ସୁଅରେ || ଦୁରେ ଥାଇ ଡାକୁଅଛି ଡାକ ମୋର ଶୁଣିବୁ ମୋ ମଥାରେ ଆଶିଷର ବାରିଧାରା ବୁଣିବୁ || ∎ କୁଞ୍ଜର -ସଙ୍ଗଳାଇ ପିପିଲି -ପୁରୀ ମୋବାଇଲ -୯୬୬୮୮୨୨୧୯୦