ଜୀବନରେ ହୁଅ ସୁଖୀ ଜୟକୃଷ୍ଣ ସାହୁ ମାର୍ଚ୍ଚ: ୨୦୨୬ Canonical: https://sishu.kabitawithoutborders.org/shishu/article_details-bf98f9a6b8.html ଆଗକୁ ଆସୁଛି ବାର୍ଷିକ ପରୀକ୍ଷା ମନଦେଇ ପାଠ ପଢ଼ ବଡ଼ନୁହେଁ, ଭଲମଣିଷ ହେବାକୁ ନିଜକୁ ଯତନେ ଗଢ଼। ସଵୁ ବିଷୟକୁ ଧ୍ୟାନ ଦିଅ ତୁମେ ହୁଅ ନାହିଁ ତର ତର ତର ତର ହୋଇ କିଛି କର ନାହିଁ କଲେ ହେଵ ହରବର। ଯାହା ନ ବୁଝିଛ ବୁଝିବା ପାଇଁକି ଗୁରୁଙ୍କ ସାହାଯ୍ୟ ନିଅ ନ ଘୋଷି, ବୁଝିକି ଭଲ ପଢ଼ି ତୁମେ ସତ ପରିଚୟ ଦିଅ। ବେଶୀ ରାତିଯାଏ ଉଜାଗର ରହି ଶରୀରେ ନ ଦିଅ ପୀଡ଼ା ପୀଡ଼ା ଦେଇ ନିଜ ଶରୀର ଗଢିଲେ ପାଠ ହେଵ ହାତଛଡା। ବର୍ଷ ଆରମ୍ଭରୁ ମାମା କଥା ମାନି ପଢ଼ିଥିଲେ ନିତି ପାଠ ପରୀକ୍ଷା ଵେଳକୁ କେଵେହେଲେ ପାଠ ଦେଵନି ତୁମକୁ କଷ୍ଟ। ପରୀକ୍ଷା ରେ ତୁମେ ପ୍ରଶ୍ନ ପତ୍ର ପାଇ ସହଯେ ଉତ୍ତର ଦେବ ଫଳ ବାହାରିଲା ବେଳକୁ ତୁମର ମନ ଖୁସି ହୋଇଯିବ ମୋର କଥା ତୁମେ ରଖି, ସହଜେ ଆଗକୁ ବଢିବ ନିଶ୍ଚୟ ଜୀବନରେ ହୋଇ ସୁଖୀ। ∎ ମୋବାଇଲ -9937092397.