ତାକ ଧୀନାଧୀନି ଧେଇକି ଅନନ୍ତ କୁମାର ସେନାପତି ଡିସେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-bf0785c4d8.html ତାକ ଧୀନା ଧୀନି ଧେଇକି କାହ୍ନା ଯିବ ଆର ସାହିକି, ଆର ସାହିରେ ବାଜୁଛି ବାଜା ଘୁଙ୍ଗୁର ପିନ୍ଧି ଭଲ୍ଲୁକ ରାଜା ପାଣି ସରସର ପାଦ ଟି ଭିଜା ନାଚୁଅଛି ଥେଇ ଥେଇକି       । କହିଲେ ଆଈ ଧନ ରେ ଯିବାକୁ ତୋର ମନ ରେ, ବାହାରିପଡ଼ ଦେଖିବୁ ନାଚ ପିଠା ଓ କ୍ଷୀରି ଖାଇ କି ନାଚ ଦେଖିବୁ ଯାଇ କି ତାକ ଧୀନା ଧୀନି ଧେଇକି      । ଢୋଲ ବାଜୁଛି ଡମ ଡମ ଭାଲୁ ନାଚୁଛି ଛମ ଛମ, ମାଲିକ ତାହାର ଜାଣିକି ଶିକୁଳି ରଖିଛି ଟାଣିକି ମୁହଁ ରେ ହସ ନାହିଁ କି ତାକ ଧୀନାଢିନି ଧେଇକି       । କହିଲା କାହ୍ନା ଆଈକି ଫିଟାଇ ଦିଅ ଯାଇକି, ମାଆ କୋଳକୁ ଯାଉ ବଣ ର ଫଳ ଖାଉ ପରାଧୀନ ରୁ ପାଇ ମୁକତି ରହିବ ସେଠି ହସିକି ତାକ ଧୀନଧୀନି ଧେଇକି     । ସେକଥା ଭାଲୁ ଶୁଣିଛି କାହ୍ନା କୁ ମନେ ଖୋଜୁଛି, ମୁକତି ସିନା ପାଇ ପାରିନି ମାଆ କୋଳକୁ ଯାଇ ପାରିନି କେହି ତ ଜଣେ କଷଣ ଦେଖି ମୋ ସୁଖ ପାଇଁ ଭାବୁଛି      । ଲାଗୁଛି ଖୁସି  ଏତେ ଦିନ ପରେ ଭଲ ସାଥିଟିଏ ପାଇକି ତାକ ଧୀନା ଧୀନି ଧେଇକି      । ∎ ବାଣ୍ଠୁପଡା, ରାଜଗାଙ୍ଗପୁର, ସୁନ୍ଦରଗଡ଼ ଫୋନ   7008304225