ମଜାଗୀତ ନୀଳମଣି ଚାନ୍ଦ ଜୁଲାଇ: ୨୦୨୫ Canonical: https://sishu.kabitawithoutborders.org/shishu/article_details-bef53afb63.html ଚଢ଼େଇ ଉଡୁଛି ଗୁଡ଼ିଟି ଉଡୁଛି ଉଡୁଛିରେ ଉଡାଜାହାଜ କୁମ୍ଭୀର ବୁଡୁଛି ତିମିଟି ବୁଡୁଛି ବୁଡ଼ି ଚାଲେ ବୁଡାଜାହାଜ। ବରଷା ଝଡୁଛି ପତର ଝଡୁଛି ଫଳ ଝଡ଼ି ପଡ଼େ ପାଚିଲେ ନାଳଟି ବଢୁଛି ନଈ ବି ବଢୁଛି ଦୁମ୍ ଦୁମ୍ ମେଘ କାଚିଲେ। ବଜର ରଡୁଛି ବରଷା ପଡୁଛି ଇନ୍ଦ୍ରଧନୁ ପଡେ ନଭରେ ଜାମୁଟି ପଡୁଛି ହୁଳଟି ପଡୁଛି କିଏରେ ଗୋଟେଇ ନବରେ। ଆରବ୍ ପଢୁଛି ଆହାନ୍ ପଢୁଛି ଛବିବହି ହାତେ ଧରିରେ ମାମୁନି କହୁଛି ମାମାଲି କହୁଛି କେହି ନୁହଁ ତାଙ୍କ ପରିରେ। ଚାରାଟି ବଢୁଛି ଆରବ୍ ବଢୁଛି ନଈ ବଢ଼େ ପାଣି ପଡିଲେ କୁନୁରୀ ହସୁଛି ଝୁନୁରୀ ହସୁଛି ବସି କମିକସ୍ ଟି ପଢ଼ିଲେ । ∎ ମନ୍ତ୍ରମାନୋର,ଗୋଠପାଟଣା ଭୁଵନେଶ୍ୱର,ମୋ:୯୫୮୩୨୦୨୩୫୭