ଏକାଡେମୀର ସପନ ହେବ ସାକାର ଡ. ସନାତନ ପଣ୍ଡା ଜାନୁୟାରୀ: ୨୦୨୪ Canonical: https://sishu.kabitawithoutborders.org/shishu/article_details-bd0aeda820.html ଅଷ୍ଟମୀ ତିଥିରେ ଅଷ୍ଟମ ଗର୍ଭରେ ଆସୁଛି କାଳିଆ ସୁନା । ଓଡ଼ିଶାରେ ଶିଶୁ-କିଶୋର-ସାହିତ୍ୟ ଏକାଡେମୀର ସର୍ଜନା ॥ ଗପ ଭଳି ଭଳି ଗୀତ ଭଳି ଭଳି ନାଚିଲେଣି ପଢି଼ ଶିଶୁ ମାରି ତାଳି...॥ ପିଲାଏ ପଢ଼ିବେ ପିଲାଏ ଲେଖିବେ ସୃଜନୀ ହେବ ବିକାଶ । ଗପ କବିତାର ଆସିବ ଜୁଆର ଫୁଟାଇବ ମୁଖେ ହସ ॥ ବହି ଆମ ବନ୍ଧୁ ବହି ଜ୍ଞାନସିନ୍ଧୁ ବହିକୁ କରି ଆଦର । ଦିଅ ପୁରସ୍କାର ଦିଅ ଉପହାର ଘରେ ଘରେ ହେଉ ପାଠାଗାର ॥ କୁନି ଓଠେ ଆସିବ ଝଙ୍କାର, ଆମ ଭାଷାର ହେବ ପ୍ରସାର , ଏକାଡେମୀର ସପନ ହେବ ସାକାର...। ସଂଗଠିତ ହେଲେ କବି ଓ ଲେଖକ ଫିଟିଲା ଗପ ଗଣ୍ଠିଲି । ତାଙ୍କ ଗପ ପଢି କୁନା ମୁନା ଝୁନା ହସିଲେଣି ଖିଲି ଖିଲି ॥ ଛାନ୍ଦ ଚଉପଦୀ ନାଟକ କବିତା ଗପଗୀତ କଥା ସାର । ବିଜ୍ଞାନ କାହାଣୀ ବୁଢ଼ୀ ଅସୁରୁଣୀ ପଶୁ ପକ୍ଷୀର ସମ୍ଭାର ॥ ମେଳ ହୋଇଲେଣି କବିକୁଳ ହେବ ଗୀତ-କବିତା ଆସର ଗାଇବେ ନାଚିବେ ପରା ଶିଶୁ-କିଶୋର... ।।