ପଇସା ଆଣିବ ଗଣିକି ସସ୍ମିତା ସ୍ଵା ଇଁ ଅଗଷ୍ଟ: ୨୦୨୫ Canonical: https://sishu.kabitawithoutborders.org/shishu/article_details-bbda59174d.html ହନୁ ଯାଇଥିଲା ହାଟକୁ ଦେଖି ଚାଲୁଥିଲା ବାଟକୁ କାଙ୍କଡ ଝୁଡିଏ କିଣିଲା ବାଇଗଣ କିଲେ ଆଣିଲା ମୁଣା ଟାକୁ ଧରି ଖସିଲା ଗଛମୂଳ ଦେଖି ବସିଲା ହିସାବ କରି ସେ ଭାବିଲା କେତେ ଟଙ୍କା ଆଉ ବଳିଲା ହନୁ ଟଙ୍କା ଗଣି ହାଲିଆ ଦୂରୁଦେଖୁଥିଲା ବିଲୁଆ ବିଲୁଆ ତ ବଡ ଚ଼।ଲାକ ଖଟାଇ କହିଲା ଦିମାକ ପଇସା ହେଉନି ଭରଣା ନିଅଣ୍ଟ ହେଉଛି ଚାରଣା ହିସାବ ପତର ଜାଣୁନ ପଇସା ଗଣିକିଆଣୁନ ମୋ କଥା ଏଣିକି ମାନିବ ପଇସା ଗଣିକି ଆଣିବ ∎ ଶିଶିଲେ। ବାଳକାଟୀ ଖୋର୍ଦ୍ଧା