ପାରା ଯୋଡ଼ିଏ କମଳିନୀ ମଲ୍ଲିକ ଜୁନ : ୨୦୨୬ Canonical: https://sishu.kabitawithoutborders.org/shishu/article_details-bb518582d5.html ବଇଶାଖ ମାସ ଟାଣୁଆ ଖରା କାହୁଁ ଉଡିଆସି ଯୋଡ଼ିଏ ପାରା ଅଗଣାରେ ଗଲେ ବସି ଗୁଟୁରୁ ଗୁଟୁରୁ ଡାକ ଦେଲାବେଳେ ଦେଖି ମୁନା ହେଲା ଖୁସି ।। ଘର ଭିତରୁ ସେ ବେଗେ ଆସିଲା ଖରାକୁ ଖାତିର ଜମା ନ ଥିଲା କହିଲା ପାରାଙ୍କୁ ରୁହ ଖାଇବାକୁ ଦେବି ପିଇବାକୁ ଦେବି ଘଡ଼ିଏ ଏଠାରେ ଥାଅ ।। ଆଣିଲା ଘରୁ ସେ ପଇଡ଼ ପାଣି ମିଠା ଘୋଳଦହି ସଜ ତୋରାଣି ପାଚିଲା କଦଳୀ ମୁଢ଼ୀ କହିଲା ଆଦରେ ଏତକ ଖାଅରେ ଭୋକଶୋଷ ଯିବ ଛାଡ଼ି ।। ଖାଇଲେ ପିଇଲେ ପାରା ଯୋଡ଼ିଏ ଛାଇ ତଳେ ବସିଗଲେ ଘଡ଼ିଏ ମୁନାକୁ କଲ୍ୟାଣ କଲେ ତାର ଉପକାର କରିବାକୁ ଦିନେ ମନେ ଭାବି ଉଡିଗଲେ ।। ∎ ଭୁବନେଶ୍ୱର ମୋ – ୯୮୫୩୫୨୩୮୮୩