ପୁଷି ମାଉସୀ, ବସିଛି ରୁଷି ଡକ୍ଟର ଅରୁଣ କୁମାର ପଣ୍ଡା ନଭେମ୍ବର : ୨୦୨୪ Canonical: https://sishu.kabitawithoutborders.org/shishu/article_details-bb4ec8eb70.html ପୁଷି ମାଉସୀ, ବସିଛି ରୁଷି ଫୁଲାଇ ଦେଇ ମୁହଁ ଗାତୁଆ ମୂଷା ପଚାରେ ତାକୁ କି ହେଲା ଟିକେ କୁହ ! ପୁଷି କହିଲା "ବାଘର ରୂପ ଆମରି ରୂପ ପରି ହେଲେ କାହିଁକି ଆମକୁ ହେୟ ବାଘକୁ ଥାଅ ଡରି ବାଘ ଆସିଲା ଶୁଣିଲେ ପପୁ ନିଦରେ ଶୋଇ ପଡେ ଆମକୁ ଦେଖି ପିଠି ଆଉଁସି ଲାଞ୍ଜ, କାନକୁ ମୋଡେ ।" କହିଲା ମୂଷା " ମାଉସୀ ମୋର ମୋ କଥା ଟିକେ ଶୁଣ ଦିଶୁଛ ସିନା ଏକା ଭଳିଆ ଏକା ନୁହଁଇ ଗୁଣ ତୁମେ ରହୁଛ ଘର ଭିତରେ ନିଜର ଲୋକ ପରି ନିଜ ଲୋକଙ୍କୁ ଭଲ ପାଆନ୍ତି କାହିଁକି ଯିବେ ଡରି ? ବାଘମାମୁ ତ ବଣରେ ରହେ ସିଏ ବଣୁଆ ଜୀବ ସେ କାହୁଁ ବୁଝି ପାରିବ ଏହି ମମତାବୋଳା ଭାବ ।" ଶୁଣିଲା ପୁଷି ହୋଇଲା ଖୁସି ନାଚିଲା ନିଶ ଟେକି ଗଣନାଥଙ୍କ ବାହନ ହୋଇ ଗଲୁଣି ବୁଦ୍ଧି ଶିଖି . ∎ ତୋଟାପଡା, ଘଣ୍ଟେଶ୍ଵର, ଭଦ୍ରକ ମୋ। ୯୯୩୭୬୭୨୭୦୮