ନାତି ଟୋକା ଥାଇ କହିଲା ଚିଲେଇ ଧନଞ୍ଜୟ ସ୍ଵାଇଁ ଏପ୍ରିଲ: ୨୦୨୪ Canonical: https://sishu.kabitawithoutborders.org/shishu/article_details-bb0d7d2149.html ଧୋତି ପିନ୍ଧି ଜେଜେ ଅଣ୍ଟାରେ ଖୋସିଲେ ସୁଉକି ଗୋଟିଏ ଗଣି, ଖବର କାଗଜ ପଢି ବସିଲେ ଚଉକିଟିଏ ଟାଣି । ପଢୁ ପଢୁ ସେ ଢୁଳେଇ ହେଲେ ସୁଉକି ଗଲା ପଡି , ଉଠି ପଡିଲେ ଯେବେ ସେ ଧୋତି କୁଞ୍ଚ ସଜାଡି କରି । ରଖିଥିଲି ତା` ପିଇବାକୁ ଚା` ଯାଇ ଗାଁ ମୁଣ୍ଡ ଛକ, ଖୋଜି ଆଣିବାକୁ କହିଲେ ଆଈକୁ କରି ସେ କଉତୁକ । ନାତି ଟୋକା ଥାଇ କହିଲା ଚିଲେଇ କଣ ଖୋଜୁଛୁ ଆଈ, ଜେଜେଙ୍କ ଚଉକି ତଳୁ ତା` ପାଇ ମୁଁ କୁମ୍ପିରେ ରଖିଛି ନେଇ । ଗୋଟିଏ ଗୋଟିଏ ଟଙ୍କା ଜମା କଲେ ହୁଅଇ କୋଟିଏ ଟଙ୍କା, ଜେଜେ ପରା କହୁଥିଲେ ସଞ୍ଚେ ଯିଏ ତା` ମନେ ନ ଥାଏ ଦକା । ଶୁଣି ଏ କଥାକୁ ଜେଜେ ଖୁସି ହେଲେ ପଛ କଥା ଗଲେ ଭୁଲି, କହିଲେ ବୁଦ୍ଧିରେ ନାତି ସଙ୍ଗେ ମୋର କେହି ହେବେ ନାହିଁ ସରି । ∎