ମୋ ଗାଁ ମାଟି ଶ୍ରୀମତୀ ସୁଷମା ଲେଙ୍କା ନଭେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-badf09a391.html ମାଟି ତ ମାଟି ମୋ ଗାଁ ମାଟି ସୁନ୍ଦର ତାର ନାଆଁ ତା ମାଟି ଧୂଳି ଲାଗେ ଚନ୍ଦନ ଖେଳିଛି କେତେ ଆହା।...(୦) ଗାଆଁ ମାଟିରେ କେତେଯେ ଗଛ ଲଗାଇଥିଲି ମୁହିଁ ଆମ୍ବ ପଣସ ନିମ୍ବ ପିଜୁଳି ସାଥୀରେ ଥିଲେ ଭାଇ ନାନା ଜାତିର ଫୁଲ ଫୁଟଇ ମହକେ ସାରା ଗାଆଁ ମାଟି ତ ମାଟି ମୋ ଗାଁ ମାଟି ସୁନ୍ଦର ତାର ନାଆଁ।...(୧) ତାନଦୀନାଳ ତା ତୋଟାମାଳ ସବୁଜ ଶୋଭା ଶିରୀ ନଦୀ ପଠାରେ ସୋରିଷ ଖେତ ବହେ ପବନ ଧୀରି ଚାଷୀ ଭାଇ ଯେ କରିଣ ଚାଷ ଫଳାଏ ସୁନା ଆହା ମାଟିତ ମାଟି ମୋ ଗାଁ ମାଟି ସୁନ୍ଦର ତାର ନାଆଁ।।....(୨) ଜେଜେଙ୍କ ସଙ୍ଗେ କେତେଯେ ଖୁସି ପାଇଛୁ ପିଲାଦିନେ ଆମ୍ବ ପିଜୁଳି ଖାଉତ ଥିଲୁ ଗଛରୁ ତୋଳି ଆମେ ମେଳା ଯାତରା ବୁଲିବା ପାଇଁ ସାଥୀରେ ଯାଏ ମାଆ ମାଟି ତ ମାଟି ମୋ ଗାଁ ମାଟି ସୁନ୍ଦର ତାର ନାଆଁ।...(.୩) ମାଟି ମା ମୋର ଅତି ନିଜର ସରଗ ପରି ଲାଗେ ବୋହୂ ବୋହୂକା ଚକା ଭଉଁରୀ ମନରେ ଖୁସି ଜାଗେ ବର ଓହଳ କଣ୍ଢେଇ ଖେଳ ପୁଣି ଖପରା ଡିଆଁ ମାଟି ତ ମାଟି ମୋ ଗାଁ ମାଟି ସୁନ୍ଦର ତାର ନାଆଁ।.....(୪) ∎ ଖଣ୍ଡଗିରି ବିହାର କୋଳଥିଆ ଭୁବନେଶ୍ୱର ***