ଗ୍ରାଫାଇଟ୍ ଡକ୍ଟର ଅରୁଣ କୁମାର ପଣ୍ଡା ଫେବୃଆରୀ : ୨୦୨୬ Canonical: https://sishu.kabitawithoutborders.org/shishu/article_details-bac55beef3.html ପେନସିଲ ଦେହେ କଳାଦଣ୍ଡ ଥାଇ ଚାଲଇ କାଗଜ ଉପରେ ଗ୍ରାଫାଇଟ୍ ବୋଲି ଜଣାଶୁଣା ସେ ତ କାର୍ବନର ଏକ ରୂପରେ । ଧାତୁ ପରି ତାହା ଚକ ଚକ୍ କରେ ହାତକୁ ଲାଗଇ ତେଲିଆ ଖଣିରେ ରହିଛି ଆଣିଥାନ୍ତି ତାକୁ ମାଟି ତାଡି କରି ଖାଲିଆ । ବିଦ୍ୟୁତ ଚୁଲିରେ କୋଇଲା ଗୁଣ୍ଡକୁ ବାଲି ସହିତରେ ମିଶାଇ ଉଚ୍ଚ ତାପ ଦେଇ ଗରମ କରିଲେ କୃତ୍ରିମ ରୂପରେ ଦିଶଇ । ଅଧିକ ଉତ୍ତାପ ସହିପାରେ ସେହି ତାପ ପ୍ରତି ନାହିଁ ଖାତର କାରଖାନାରେ ସେ ବହୁ କାମେ ଲାଗେ ବଢାଏ ତାହାର ଚାତର । ଧାତୁ ନିଷ୍କାସନ ବେଳେ ଲୋଡ଼ା ହୁଏ ସୁପରିବାହୀ ସେ ଅଟଇ ପରମାଣୁ ରିଆକ୍ଟର ମଧ୍ୟେ ଥାଇ ମନ୍ଦକ ଭାବରେ ଖଟଇ । ଗ୍ରାଫାଇଟ୍ ପରା ଗ୍ରୀକ୍ ଶବଦ ଗ୍ରାଫୋ ରୁ ଆସିଛି ପୁଣି ଯେ ତାହାରି ମାନେ ତ "ମୁଁ ଲେଖେ"ଅଟେ ଲେଖୁଥିବା ସଦା କିଣି ଯେ । ∎ ଗ୍ରାମ/ପୋ -ତୋଟାପଡା ଭାୟା -ଘଣ୍ଟେଶ୍ଵର ଜିଲ୍ଲା -ଭଦ୍ରକ ୭୫୬୧୨୯ ମୋ -୯୯୩୭୬୭୨୭୦୮