ପ୍ରଦୂଷଣ ଦାନବ ଡ଼଼ ପ୍ରଶାନ୍ତ କୁମାର ରାଉତ ଅକ୍ଟୋବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-ba58c7a1a6.html ମାତିଛି ଏବେ ଏକ ଦାନବ, ନାମ ତାହାର ପ୍ରଦୂଷଣ, ପରିବେଶ ନାଶ ର ଏବେ ହୋଇଛି ସିଏ ମୂଖ୍ୟ କାରଣ(୧) ଧରି ନାନା ଛଦ୍ମରୂପ କରଇ ସେ ଆମକୁ ହଇରାଣ। କରାଳ କାୟା ମେଲି ଆମ ଶାନ୍ତିକୁ ସେ କରଇ ହରଣ।(୨) କେବେ ସିଏ ବିଷାକ୍ତ କରଇ ଜଳ, କେବେ ଅବା ପବନ, ତା କୁପ୍ରଭାବରେ ନଷ୍ଟ ହେଉଛି ଆମର ପର୍ଯାବରଣ।(୩) କେବେ ଉଚ୍ଚ ଶବ୍ଦରେ କଲବଲ କରଇ ଆମର ମନ, କେବେ ବିଷ ରାସାୟନିକେ ନଷ୍ଟ କରେ ବନ ଉପବନ(୪) କଳ କାରଖାନାରୁ ନିର୍ଗତ ରାସାୟନିକ ଦ୍ରବ୍ୟମାନ, ମାଟିରେ ଭେଦି, ପାନୀୟ ଜଳକୁ କରେ ବିଷର ସମାନ।(୫) ଯାନ ବାହାନରୁ ବାହାରୁ ଥିବା ଏ ବିଷାକ୍ତ ଧୁଆଁମାନ, ଆମ ସହର ବାୟୁକୁ କରେ ଜହରରେ ପରିବର୍ତ୍ତନ (୬) ଭାରି ମଉଜ ଲାଗେ ଆମକୁ ସିନା ଫୁଟାଇବାକୁ ବାଣ, ବେଶି ଫୁଟାଇଲେ ଏହା,କିନ୍ତୁ ବିଷାକ୍ତ ହୁଅଇ ପବନ (୭). ଡ଼ାକବାଜି ଯନ୍ତ୍ର ଅବା, କାରଖାନାର ଉଚ୍ଚ ଶବ୍ଦମାନ, ହୁଅଇ ଚାଟ, ରୋଗୀ, ଆଉ ବୃଦ୍ଧଙ୍କର କଷ୍ଟର କାରଣ।(୮) ପ୍ଲାଷ୍ଟିକ ପଲିଥିନ ବ୍ୟବହାରେ ବି ବଢଇ ପ୍ରଦୂଷଣ, ମାଟିରେ ଏହା କେବେ ବି ନଷ୍ଟ ଯାଏନି ,ଏ କଥାଟି ଜାଣ।(୯) ଏମିତି ନାନା ରୂପେ ପ୍ରଦୂଷଣ ରାକ୍ଷାସ ଦିଏ କଷଣ। ଅଜାଣତରେ ସେ ପ୍ରାଣୀମାନଙ୍କ ସ୍ବାସ୍ଥ୍ୟ କରୁଛି ହରଣ।(୧୦) ତେଣୁ ଆସ,ଆମ୍ଭେ ସଜାଗ ରହିବା ତାପ୍ରତି ପ୍ରତିକ୍ଷଣ। କରିବା ତୁରନ୍ତ ସଭିଙ୍କୁ ଆମ୍ଭେ ତା ବିଷୟେ, ସଚେତନ(୧୧) ପ୍ରଦୂଷଣ ବିରୋଧେ କରି ଜନମାନସକୁ ଜାଗରଣ, ଆସ କରିବା ଏହି ପ୍ରଦୂଷଣ ରାକ୍ଷାସର ବିନାଶନ।(୧୨) ∎ ଗତିରାଉତ ପାଟଣା, କଟକ। ମୋ--୯୪୩୭୧୬୭୨୩୦