ନୂଆ ପୁରୁଣା ରାଧାମାଧବ ରଥ ଅଗଷ୍ଟ: ୨୦୨୪ Canonical: https://sishu.kabitawithoutborders.org/shishu/article_details-b963d0ba42.html ପୁରୁଣା ଚିଜ ଗଲୁଣି ଭୁଲି ନୂଆ ଜିନିଷ କିଣି ନୂଆକୁ ଆମେ କରୁ ଆଦର ମନ ନିଅଇ କିଣି। ଲଣ୍ଠନ ସତେ ଗଲା ଉଭାଇ ବିଜୁଳି ବତୀ ଜଳେ ଶଗଡଗାଡି ବିକିଲୁ ହାଟେ ଅଟୋରିକ୍ସାଟି ଚାଲେ । ଝର କଲମେ ଲେଖିଲୁ ନାହିଁ ଦୁଆତ ଦେଲୁ ଥୋଇ ଡଟ୍ କଲମେ ମନଦେଲୁଯେ କଲମ ଏତେ ଥାଇ। ରେଳଇଂଜିନ୍ ଚାଲଇ ଏବେ ବିଦ୍ୟୁତ ଶକ୍ତି ବଳେ ଦିନକୁଦିନ ତା ବେଗ ବଢେ ମଣିଷ ବୁଦ୍ଧି ବଳେ। ଜହ୍ନକୁ ଏବେ ବିଜ୍ଞାନ କହେ ଉପଗ୍ରହଟି ବୋଲି ଆ ଜହ୍ନ ମାମୁଁ ଡାକିବା ପାଇଁ କରୁନି ଶିଶୁ ଅଳି। ଘୋରଣା ଯାଇ ରହିଲା କାହିଁ ଆସିଲା ଗ୍ରାଇଣ୍ଡର୍ ମେସିନ ନୁହେଁ ,ମେଜିକ୍ ସତେ ନ ବାଟୁ ଥରଥର। ସବୁ ଜିନିଷ ହୁଏ ପୁରୁଣା ଆସିବ ଯେବେ ନୂଆ ଭୁଲି ଯିବାନି ,ଏତିକି ହେଜ ପୁରୁଣା ଚିଜ କିଆଁ ? ∎ ଭର୍ତ୍ତୁର, ବାଙ୍ଗାଲୋର, କର୍ଣ୍ଣାଟକ। ମୋ-9437181196.